ଅନ୍ୟାନ୍ୟ

ନେପାଳ ବିମାନ ଦୁର୍ଘଟଣାରେ ଏବେ ବି ଉଦ୍ଧାର କାର୍ଯ୍ୟ ଜାରି

ଭୁବନେଶ୍ୱର, ୧୬/୦୧/୨୦୨୩ –    ରବିବାର ନେପାଳ ହୋଇଥିବା ବିମାନ ଦୁର୍ଘଟଣାରେ ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ୭୨ ଜଣଙ୍କ ମଧ୍ୟରୁ ୬୮ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି । ପୋଖରା ବିମାନ ବନ୍ଦରରେ ଦୁର୍ଘଟଣାରେ ୭୨ ଜଣ ପ୍ରାଣ ହରାଇଥିଲେ । ଯେଉଁଥିରେ ୫ ଜଣ ଭାରତୀୟ ରହିଛନ୍ତି । ଏଥିମଧ୍ୟରୁ ୪ ଜଣ ଉତରପ୍ରଦେଶର ଗାଜୀପୁର ଜିଲ୍ଲାର ।

ଏହି ଘଟଣାରେ ନେପାଳ ପ୍ରଧାନମନ୍ତ୍ରୀ ଉଚ୍ଚ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ସୋମବାର ନେପାଳରେ ରାଷ୍ଟ୍ରୀୟ ଶୋକ ପାଳନ ହେଉଛି । ତେବେ ଦୁର୍ଘଟଣାର ଶିକାର ହୋଇଥିବା ୟେଟି ବିମାନଟି ବହୁ ପୁରୁଣା ।  ଫ୍ଲାଇଟ୍ ଟ୍ରାକିଂ ୱେବସାଇଟ୍ ଫ୍ଲାଇଟ୍ ରାଡାର ଟ୍ୱେଂଟି ଫର ଅନୁଯାୟୀ, ୟେଟି ଏୟାରଲାଇନ୍ସର ବିମାନ ୧୫ ବର୍ଷ ପୁରୁଣା ଥିଲା ଏବଂ ଏକ ପୁରୁଣା ଟ୍ରାନ୍ସପଣ୍ଡର ସହିତ ଚାଲୁଥିଲା ।

 

Related Articles

Back to top button
WP Twitter Auto Publish Powered By : XYZScripts.com