ଅନ୍ୟାନ୍ୟ

ଲୋକମାନେ ଗାଧୋଉ ଥିବା ବେଳେ ସମୁଦ୍ରରେ କ୍ରାଶ ହେଲା ହେଲିକପ୍ଟର, ଭିଡିଓ ଭାଇରାଲ

ୱାଶିଂଟନ() ସମସ୍ତଙ୍କୁ ବିଚଳିତ କରିବା ଭଳି ଗୋଟିଏ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ବିପୁଳ ସଂଖ୍ୟାରେ ଲୋକ ସମୁଦ୍ରରେ ଗାଧୋଉ ଥିବା ବେଳେ ଗୋଟିଏ ହେଲିକପ୍ଟର ଏହା ନିକଟରେ କ୍ରାଶ ହୋଇଛି। ଏହି ହେଲିକପ୍ଟର୍‌ରେ ୩ ଜଣ ଲୋକ ରହିଥିଲେ।

ଫ୍ଲରିଡାର ମିଆମି ବିଚ୍‌ରେ ଏପରି ଘଟଣା ଘଟିଛି। ଏତେ ସଂଖ୍ୟକ ଲୋକ ସମୁଦ୍ରରେ ଜଳକ୍ରୀଡ଼ା କରୁଥିବା ବେଳେ କେମିତି ଗୋଟିଏ ହେଲିକପ୍ଟର ଢେଉ ମଧ୍ୟରେ କ୍ରାଶ ହେଲା, ତା’ର ତଦନ୍ତ ଆରମ୍ଭ କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ସ୍ଥାନୀୟ ସମୟ ଦିନ ୧.୧୦ରେ ଏହି ଘଟଣା ଘଟିଛି। ୩ ଜଣ ଲୋକଙ୍କୁ ନେଇ ଯାଉଥିବା ରବିନସନ ଆର ୪୪ ହେଲିକପ୍ଟରଟି ସମୁଦ୍ରରେ କ୍ରାଶ କରିଛି। କ୍ରାଶ ପରେ ସୁରକ୍ଷା ଏଜେନ୍ସିକୁ ସେଠାରେ ଗାଧୋଉ ଥିବା ଲୋକମାନେ ଖବର ଦେଇଥିଲେ।

ତୁରନ୍ତ ପୁଲିସ୍‌ ଓ ମିଆମି ବିଚ୍‌ର ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ହେଲିକପ୍ଟରରେ ଥିବା ୩ ଜଣଙ୍କ ମଧ୍ୟରୁ ୨ ଜଣଙ୍କୁ ଉଦ୍ଧାର କରି ଜ୍ୟାକସନ ମେମୋରିଆଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ।

ଏବେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ତେବେ ଆଉ ଜଣଙ୍କ ପତ୍ତା ମିଳିନାହିଁ। ଘଟଣା ପରେ ୯ ଓ ୧୧ ଷ୍ଟ୍ରିଟ ମଧ୍ୟରେ ଥିବା ସମୁଦ୍ର କୂଳକୁ ଲୋକଙ୍କ ବ୍ୟବହାର ପାଇଁ ବନ୍ଦ କରି ଦିଆଯାଇଛି। ଫେଡରାଲ ଆଭିଏସନନ ଆଡମିନଷ୍ଟ୍ରେସନ ଘଟଣାର ଯାଞ୍ଚ ଆରମ୍ଭ କରିଛି।

କେହି ଜାଣିଶୁଣି ଲୋକମାନେ ଗାଧୋଉ ଥିବା ବେଳେ ହେଲିକପ୍ଟର କ୍ରାଶ କରିଛି କି ନାହିଁ, ସେକଥା ଜଣାପଡ଼ିନି। ତେବେ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଦେଖିବାକୁ ମିଳିଥିଲା।

 

Related Articles

Back to top button
WP Twitter Auto Publish Powered By : XYZScripts.com