ଅନ୍ୟାନ୍ୟ

 ଆମେରିକାରେ ବରଫ ଝଡ଼ ମୃତ୍ୟୁ ସଂଖ୍ୟା ୬୦କୁ ବୃଦ୍ଧି

ଭୁବନେଶ୍ୱର, ୨୮/୧୨/୨୦୨୨-   ଆମେରିକାରେ ଚଳିତ ବର୍ଷ ଶୀତ ସବୁ ରେକର୍ଡ ଭାଙ୍ଗି ଦେଇଛି । କେତେକ ସ୍ଥାନରେ ପାରା ବିଯୁକ୍ତ ୪୫ ଡିଗ୍ରୀରେ ପହଞ୍ଚିଛି । ଆମେରିକାର ୪୮ଟି ରାଜ୍ୟରେ ତାପମାତ୍ରା ଶୂନ ତଳକୁ ଖସିଯାଇଛି । ଏହାର ପ୍ରଭାବରେ ନ୍ୟୁୟର୍କ ରାଜ୍ୟ ସମେତ ବଫାଲୋ ଏବଂ ଏହାର ନିକଟବର୍ତ୍ତୀ ବହୁ ଅଞ୍ଚଳ ବରଫାବୃତ ହୋଇପଡ଼ିଛି । ବର୍ତ୍ତମାନ ସୁଦ୍ଧା ୬୦ ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ଅଧିକାଂଶ ଲୋକ ବରଫ ତଳେ ଫସି ରହିଥିବା ଜଣାପଡ଼ିଛି । ସ୍ଥିତି ଏଭଳି ହୋଇଛି ଯେ ଘର ସମେତ ଗାଡି ରେଷ୍ଟୁରାଣ୍ଟ, ଦୋକାନ ଆଦି ବରଫ ତଳେ ପୋତି ହୋଇଯାଇଛି।

ବିଭିନ୍ନ ସହରର ସଡ଼କରେ ଅନେକ ଟ୍ରକ୍‌, ବସ୍‌, କାର୍‌ ବରଫ ତଳେ ପୋତି ହୋଇ ରହିଥିବା ବେଳେ ସେଗୁଡିକୁ ବାହାରକୁ କାଢ଼ିବାକୁ ଉଦ୍ୟମ ଜାରି ରହିଛି । ବରଫ ତଳେ ଫଶି ରହିଥିବା ଲୋକମାନଙ୍କୁ ମଧ୍ୟ ଉଦ୍ଧାର କରାଯାଇ ହସ୍ପିଟାଲ୍‌ ପଠାଯାଉଛି । ଡାକ୍ତରଖାନାକୁ ଯିବା ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଦ୍ବାରା ଟ୍ରାକ୍ଟର ନିୟୋଜିତ କରାଯାଇଛି । ଲୋକମାନେ ବିଯୁକ୍ତାତ୍ମକ ୮ ଡିଗ୍ରୀ ତଳେ ରହୁଛନ୍ତି । ସେପଟେ ବିଦ୍ୟୁତ ସେବା ବ୍ୟାହତ ହୋଇଥିବାରୁ ପ୍ରାୟ ୨୦ ଲକ୍ଷ ଲୋକ ବିନା ବିଦ୍ୟୁତରେ ରହିଛନ୍ତି । ଏଥିପାଇଁ ନ୍ୟୁୟର୍କରେ ଜରୁରୀସ୍ଥିତି ଘୋଷଣା କରାଯାଇଛି । ବର୍ତ୍ତମାନ ଲାଗି ରହିଥିବା ବରଫ ଝଡ଼କୁ ନେଇ ୧୫ ହଜାର ବିମାନ ଉଡାଣ ବାତିଲ କରି ଦିଆଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com