ଅନ୍ୟାନ୍ୟ

ଚୋରାରେ ଚାଲିଥିବା କରତ କଳର ଯନ୍ତ୍ରପାତି ସହ ମୂଲ୍ୟବାନ କାଠପଟା ଜବତ

ବ୍ରହ୍ମପୁର, ୧୦/୦୮/୨୦୨୨-  ଗଞ୍ଜାମ ଜିଲ୍ଲା, ଦକ୍ଷିଣ ଘୁମୁସର ବନଖଣ୍ଡ, ପୋଲସରା ବନାଞ୍ଚଳ ଅନ୍ତର୍ଗତ କବିସୂର୍ଯ୍ୟ ନଗର ବ୍ଲକର ବରିଡା ଗ୍ରାମରେ ଚୋରାରେ ଚାଲିଥିବା ଏକ କରତ କଳର ଯନ୍ତ୍ରପାତି ସହ ବହୁ ମୂଲ୍ୟବାନ କାଠପଟା ଜବତ ହୋଇଥିବା ପୋଲସରା ବନାଞ୍ଚଳ ଅଧିକାରୀ ପ୍ରକାଶ କରିଛନ୍ତି । କୌଣସି ସୂତ୍ରରୁ ଖବର ପାଇ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ଦିଲ୍ଲୀପ କୁମାର ରାଉତଙ୍କ ନିର୍ଦ୍ଦେଶ କ୍ରମେ ଅଗଷ୍ଟ ୮ ତାରିଖ ଦିନ ବରିଡା ଗ୍ରାମରେ ଚୋରାରେ ଚାଲିଥିବା ଏକ କରତ କଳ ଉପରେ ଚଢ଼ାଉ ହୋଇଥିଲା । କରତ କଳର ସମସ୍ତ ଯନ୍ତ୍ରାଂଶ ଓ କାଠ ପଟା ଗୁଡିକୁ ଟ୍ରାକ୍ଟର ଦ୍ୱାରା ପୋଲସରା ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରକୁ ଅଣାଯାଇଥିଲା । ଚଢ଼ାଉରେ ପୋଲସରା ରେଞ୍ଜର ସଚିନ କୁମାର ପ୍ରଧାନ, ସୋରଡା ରେଞ୍ଜର ଲମ୍ବୋଦର ବାସକେ, ଆସ୍କା ରେଞ୍ଜର ପ୍ରଶନ କୁମାର ପଣ୍ଡା, ବନ ବିଭାଗର ବନପାଳ ଓ ବନରକ୍ଷୀ ବୃନ୍ଦ, ପରାଫରେଷ୍ଟର କର୍ମଚାରୀ ବୃନ୍ଦ, ଡିଭିଜନ ମୋବାଇଲ ଷ୍ଟାପ, ଓ କବିସୂର୍ଯ୍ୟ ନଗର ପୋଲିସ ଥାନା କର୍ମଚାରୀ ବୃନ୍ଦ ଏହି ଚଢ଼ାଉରେ ଅଂଶ ଗ୍ରହଣ କରିଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com