ଅନ୍ୟାନ୍ୟ

ଚାଉଳ ଗୋଦାମରେ ୨ ଶ୍ରମିକ ମୃତ

   ଭୁବନେଶ୍ୱର, ୧୬/୦୧/୨୦୨୩ –    ଚାଉଳ ଗୋଦାମରେ ଦୁଇ ଶ୍ରମିକ ମୃତ । ଏପରି ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଓଡ଼ଗାଁ ବାଘୁଆ ଡ୍ୟାମ ରାସ୍ତାରେ ଥିବା ମା’ ମଙ୍ଗଳା ରାଇସି ମିଲରେ । ଗୋଦାମରେ କାମବେଳେ ଚାଉଳ ବସ୍ତା ତଳେ ୨ ଶ୍ରମିକ ଫସି ଯାଇଥିଲେ । ସେମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରା ଯାଇଥିଲା । ମାତ୍ର ସେଠାରେ ଡାକ୍ତର ୨ ଶ୍ରମିକଙ୍କୁ ମୃତ ଘୋଷଣା କରିଥିଲେ ।

ମୃତ ୨ ଶ୍ରମିକ ହେଲେ ଗଞ୍ଜାମ ଜିଲ୍ଲା ଭଞ୍ଜନଗରର ତିରିଶିଂ ଗ୍ରାମର ରାମେଶ୍ୱର ଦିହୁଡ଼ି ଓ କଟକ ଜିଲ୍ଲା ବଡ଼ମ୍ବା- ନରସିଂହପୁରର ପ୍ରମୋଦ ମହାରଣା । ଦୁଇ ଶ୍ରମିକଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଓଡ଼ଗାଁ ମେଡିକାଲକୁ ନିଆଯାଇଛି । ଓଡ଼ଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କେଉଁ ପରିସ୍ଥିତିରେ ଦୁଇ ଶ୍ରମିକଙ୍କର ମୃତ୍ୟୁ ହୋଇଛି, ସେନେଇ ମିଲ୍ ମାଲିକ ଓ କାମ କରୁଥିବା ଅନ୍ୟ ଶ୍ରମିକଙ୍କୁ ପୋଲିସ ପଚରାଉଚରା କରୁଛି ।

Related Articles

Back to top button
WP Twitter Auto Publish Powered By : XYZScripts.com