ଅନ୍ୟାନ୍ୟ

ଧନ୍ୟବାଦ ନ କହିବାରୁ ହତ୍ୟା

ଭୁବନେଶ୍ୱର, ୨୩/୧୦/୨୦୨୨-  ଡ଼ିସକାଉଣ୍ଟ ମିଳିବା ପରେ ମଧ୍ୟ ଦୋକାନୀଙ୍କୁ ଧନ୍ୟବାଦ କହିଲେନି ଗ୍ରାହକ । ରାଗରେ ହତ୍ୟା କରିଦେଲେ ଦୋକାନୀ । ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଆମେରିକାର ନ୍ୟୁୟର୍କ ସିଟିରୁ ଆସିଛି । ଜଣେ ଗ୍ରାହକ ହଠାତ୍ ରାତି ୧୧ ଟା ବେଳେ କିଛି ସାମଗ୍ରୀ କିଣିବା ପାଇଁ ଦୋକାନରେ ପହଞ୍ଚିଥିଲେ। ଏହା ପରେ ଦୋକାନୀ ଜଣକ ତାଙ୍କୁ କିଛି ରିହାତି ଦେଇ ସାମଗ୍ରୀ ଦେଇଥିଲେ। ହେଲେ ରିହାତି ପାଇବା ପରେ ଗ୍ରାହକ ଜଣକ ଦୋକାନୀଙ୍କୁ ଧନ୍ୟବାଦ ଜଣାଇନଥିଲେ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ।

ପରେ ଦୋକାନୀ ଜଣକ ଗ୍ରାହକଙ୍କୁ ଛୁରୀ ମାରି ନିଜ ବାଇକ ନେଇ ସେଠାରୁ ପଳାଇ ଯାଇଥିଲେ। କିଛି ଲୋକ ତାଙ୍କୁ ଡାକ୍ତରଖାନାକୁ ନେଇ ଯାଇଥିଲେ କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ଅନ୍ୟପକ୍ଷରେ ପୋଲିସ ତୁରନ୍ତ ସକ୍ରିୟ ହୋଇ ଦୋକାନୀକୁ ଗିରଫ କରିଥିଲା। ସେ ପଚରାଉଚୁରାରେ କହିଥିଲେ ଯେ ତାଙ୍କ ସହ କୌଣସି ଶତ୍ରୁତା ନାହିଁ । କିନ୍ତୁ ରିହାତି ସତ୍ତ୍ୱେ ସେ ତାଙ୍କୁ ଧନ୍ୟବାଦ ଦେଇନଥିଲେ, ତେଣୁ ସେ କ୍ରୋଧିତ ହୋଇ ହତ୍ୟା କରିଥିଲେ।

,

Related Articles

Back to top button
WP Twitter Auto Publish Powered By : XYZScripts.com