ଅନ୍ୟାନ୍ୟ

ଅଗ୍ନିପଥ ଯୋଜନା ନିମନ୍ତେ ନିଯୁକ୍ତି ପ୍ରକ୍ରିୟା ଅନୁଷ୍ଠିତ ହେବ

ଛତ୍ରପୁର, ୧୮/୦୮/୨୦୨୨-   ଦକ୍ଷିଣାଞ୍ଚଳର ୧୦ଟି ଜିଲ୍ଲା  ବୌଦ୍ଧ, ଗଞ୍ଜାମ, ଗଜପତି, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡା  ଓ ରାୟଗଡା ଜିଲ୍ଲାର ଆଶାୟୀ ପ୍ରାର୍ଥୀମାନଙ୍କ ମଧ୍ୟରେ ୦୧ ନଭେମ୍ବର ୨୦୨୨ ତାରିଖ ଠାରୁ ୦୭ ନଭେମ୍ବର ୨୦୨୨ ତାରିଖ ପର୍ଯ୍ୟନ୍ତ ଅଗ୍ନିପଥ ଯୋଜନାରେ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହେବ । ଏଥି ପାଇଁ ଅନଲାଇନ ରେଜିଷ୍ଟ୍ରେସନ ବାଧ୍ୟତାମୂଳକ । ଏହା ୫ ଅଗଷ୍ଟ ୨୦୨୨ ରୁ  ଆରମ୍ଭ ହୋଇ ୦୩ ସେପ୍ଟେମ୍ବର ୨୦୨୨ ପର୍ଯ୍ୟନ୍ତ ଚାଲିବ । ଏଣୁ ଯୋଗ୍ୟ ପ୍ରାର୍ଥୀମାନେ www.joinindianarmy.nic.in  ୱେବସାଇଟରେ ଲଗ୍ ଇନ କରି ଅଧିକ ସୂଚନା ପାଇ ପାରିବେ ।  ରାଲି ଆରମ୍ଭ ହେବାର ୧୫ ଦିନ ପୂର୍ବରୁ ପ୍ରାର୍ଥୀଙ୍କର ପ୍ରବେଶ ପତ୍ର ରେଜିଷ୍ଟାର୍ଡ ଇ-ମେଲ ଜରିଆରେ ପଠାଯିବ ବୋଲି ଗୋପାଳପୁର ସ୍ଥିତ ଆର୍ମି ରିକ୍ରୂଟମେଣ୍ଟ ଅଫିସର ଜଣାଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com