ଅନ୍ୟାନ୍ୟ

ଆନ୍ଦୋଳନକୁ ଓହ୍ଲାଇବେ ଡାକ୍ତର

ଭୁବନେଶ୍ୱର, ୧୧/୦୧/୨୦୨୩ –    ରାଜରାସ୍ତାକୁ ଓହ୍ଲାଇବେ ଡାକ୍ତର । କେନ୍ଦ୍ରିୟ ହାରରେ ଦରମା, ଅବସର ବୟସ ବୃଦ୍ଧି ଆଡହକ୍ ଡାକ୍ତରଙ୍କୁ ସ୍ଥାୟୀ ଆଦି ଅନେକ ଦାବି କରିଛି ଓଡିଶା ମେଡିକାଲ ଆସୋସିଏସନ । ଯଦି ଏହି ସବୁ ଦାବି ପୂରଣ ନ ହୁଏ ତେବେ ଫେବୃଆରୀ ୧ ତାରିଖରୁ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ଶତାଧିକ ଡାକ୍ତର । ଏନେଇ ବୁଧବାର ପ୍ରେସମିଟ୍ ମାଧ୍ୟମରେ ସୂଚନା ଦେଲେ ଓମସା ।

     ପୂର୍ବରୁ ୪ଟି ଦାବି ନେଇ ରାଜ୍ୟ ସରକାରଙ୍କ ସହ ଅନେକଥର ଆଲୋଚନା କିଥିବା ବେଳେ ତାହା ବିଫଳ ହୋଇଛି । ଫଳରେ ସେମାନେ ଚଳିତ ମାସ ୧୬ ତାରିଖରୁ ଆନ୍ଦୋଳନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ବର୍ତ୍ତମାନ ରାଜ୍ୟରେ ବିଶ୍ୱକପ୍ ହକି ହେବାକୁ ଯାଉଥିବାରୁ ଏହି ସମୟରେ ଆନ୍ଦୋଳନକୁ ନ ଯିବାପାଇଁ ଓମସା ପକ୍ଷରୁ ସ୍ଥିର କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com