ଅନ୍ୟାନ୍ୟ

ଉତ୍ତରାଖଣ୍ଡରେ ହିମସ୍ଖଳନ; ଉଦ୍ଧାର କାର୍ଯ୍ୟ ଜାରି

ନୂଆଦିଲ୍ଲୀ, ୦୪ /୧୦/୨୦୨୨-   ଉତ୍ତରାଖଣ୍ଡର ଉତ୍ତରକାଶୀ ଅଞ୍ଚଳର ଦାଣ୍ଡା-୨ ପର୍ବତର ଦ୍ରୌପଦୀ ଗିରିଶୃଙ୍ଗରେ ହିମସ୍ଖଳନ । ଏଥି ଯୋଗୁଁ ପ୍ରାୟ ୨୮ ଜଣ ପର୍ବତାରୋହୀ ଫସି ରହିଥିବା ଆଶଙ୍କା କରାଯାଉଛି । ପାଣିପାଗ ହଠାତ ବଦଳି ଯିବାରୁ ଏପରି ଦୁର୍ଘଟଣା ଘଟିଛି । ବର୍ତ୍ତମାନ ସୁଦ୍ଧା ୯ ଜଣଙ୍କୁ ଉଦ୍ଧାର କରାଯାଇ ଥିବାବେଳେ ଅନ୍ୟ ଲୋକଙ୍କୁ ଉଦ୍ଧାର କରିବା ଜାରି ରହିଛି ବୋଲି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି କହିଛନ୍ତି । ସେପ୍ଟେମ୍ବର ୨୩ ରୁ ସମସ୍ତେ ଟ୍ରେନିଂ ପାଇଁ ବାହାରିଥିଲେ । ଘଟଣାସ୍ଥଳରେ ଉଦ୍ଧାର ପାଇଁ  ଏସଡିଆରଏଫ୍ , ଏନଡିଆରଏଫ୍, ଆର୍ମି ଓ ଆଇଟିବିପିର ପ୍ରୟାସ ଜାରି ରହିଛି । ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ଵିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଧାମି କେନ୍ଦ୍ର ରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଅନୁରୋଧ କରିଛନ୍ତି। ସମସ୍ତଙ୍କୁ ସୁରକ୍ଷିତ ଭାବେ ବାହାର କରିବା ପାଇଁ ଉଦ୍ଧାର କାର୍ଯ୍ୟ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ଧାମି କହିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com