ଅନ୍ୟାନ୍ୟ

ଆଜିଠୁ ଖୋଲିବ ଶ୍ରୀମନ୍ଦିର, କୋଭିଡ କଟକଣା ମଧ୍ୟରେ କାଳିଆ ଦର୍ଶନ କରିପାରିବେ ଭକ୍ତ

ଭୁବନେଶ୍ୱର () ଆଜିଠୁ ସାଧାରଣ ଭକ୍ତଙ୍କ ପାଇଁ  ଖୋଲିବ ଶ୍ରୀମନ୍ଦିର । କରୋନା ସଂକ୍ରମଣ ପାଇଁ ପ୍ରାୟ ମାସାଧିକ କାଳ ଦର୍ଶନ ନିମନ୍ତେ ଶ୍ରୀମନ୍ଦିରକୁ ସାଧାରଣ ଭକ୍ତଙ୍କ ନିମନ୍ତେ ବନ୍ଦ ରଖାଯାଇଥିଲା । ଏଥିନେଇ ଶ୍ରୀମନ୍ଦିର ପକ୍ଷରୁ ଗାଇଡଲାଇନ (ଏସ୍‌ଓପି) ଜାରି କରାଯାଇଛି । ଏହି ଗାଇଡ୍‌ଲାଇନ ଅନୁଯାୟୀ ଦୈନିକ ସକାଳ ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିର ଖୋଲା ରହିବ । ପ୍ରତି ରବିବାର ସାନିଟାଇଜ୍‌ ପାଇଁ ଶ୍ରୀମନ୍ଦିରକୁ ବନ୍ଦ ରଖାଯିବ । ଶ୍ରଦ୍ଧାଳୁମାନେ ସାଙ୍ଗରେ ଆଧାର/ଭୋଟର କାର୍ଡ ସହ ଡବଲ୍‌ ଡୋଜ୍‌ ଟିକା ନେଇଥିବା ସାର୍ଟିଫିକେଟ ଆଣିବା ଜରୁରୀ । ସବୁ ଶ୍ରଦ୍ଧାଳୁ ମାସ୍କ, ସାନିଟାଇଜର ଓ ସାମାଜିକ ଦୂରତ୍ୱ ମାନିବା ବାଧ୍ୟତାମୂଳକ ବୋଲି ଗାଇଡ୍‌ଲାଇନ୍‌ରେ ଉଲ୍ଲେଖ କରାଯାଇଛି ।

ସୂଚନାଯୋଗ୍ୟ ଯେ ପୁରୀ ଜିଲ୍ଲାପାଳ ଗତ ୨୮ ତାରିଖରେ ଫେବୃଆରୀ ୧ ତାରିଖରୁ ଶ୍ରୀମନ୍ଦିର ଖୋଲାଯିବା ନେଇ ଘୋଷଣା କରିଥିଲେ । ପୁରୀ ସହରବାସୀ ପଶ୍ଚିମଦ୍ୱାର ଦେଇ ମନ୍ଦିର ଭିତରକୁ ପ୍ରବେଶ କରିବାପାଇଁ ଅନୁମତି ଥିବାବେଳେ ଅନ୍ୟ ଶ୍ରଦ୍ଧାଳୁମାନେ ପୂର୍ବଦ୍ୱାର ଦେଇ ମନ୍ଦିରକୁ ପ୍ରବେଶ କରି ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଥିବାରୁ ସେ ସମୟରେ ଶ୍ରୀମନ୍ଦିରକୁ ମନ୍ଦିର ପ୍ରଶାସନ ବନ୍ଦ ରଖିଥିଲା । ଯାହାଫଳରେ ସାଧାରଣ ଭକ୍ତମାନେ ଦର୍ଶନରୁ ବଞ୍ଚିତ ହୋଇଥିଲେ । ତେବେ ସଂକ୍ରମଣ କମିବା ପରେ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ଶ୍ରୀମନ୍ଦିର ଖୋଲିବା ପାଇଁ ନିଷ୍ପତ୍ତି ନେଇଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com