ଅନ୍ୟାନ୍ୟ

ଚତୁର୍ଥ ଦିନରେ ଗଞ୍ଜାମ ଜିଲ୍ଲାରେ ପରିଭ୍ରମଣ କରୁଛି ଅହିଂସା ରଥ

ଛତ୍ରପୁର, ୨୭/୦୯/୨୦୨୨-   ଚତୁର୍ଥ ଦିବସରେ ଅହିଂସା ରଥ  ଗଞ୍ଜାମ ଜିଲ୍ଲାର ଜଗନ୍ନାଥ ପ୍ରସାଦରେ  ଆନନ୍ଦ ଉଲ୍ଲାସର ସହ ବିରାଟ ଶୋଭାଯାତ୍ରାରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନୁପ ପଣ୍ଡା, ତହସିଲଦାର ମନୋଜ କୁମାର ତ୍ରିପାଠୀ, ବ୍ଲକ୍ ଅଧ୍ୟକ୍ଷ ଜୟଶ୍ରୀ ସାହୁ, ଉପଧ୍ୟକ୍ଷ ରଞ୍ଜିତ୍ ପାତ୍ର, ସ୍ଥାନୀୟ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ, ନିର୍ବାଚିତ ଜନ ପ୍ରତିନିଧି  ସ୍ବାଗତ ସମ୍ବର୍ଦ୍ଧିତ କରିଥିଲେ । ସ୍ଥାନୀୟ କଳାକାର ମାନଙ୍କ ଦ୍ବାରା ଭାରତ ଲୀଳା, ବାଘ ନାଚ, ସଂକୀର୍ତ୍ତନ ଆଦି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ବୁଗୁଡା ଠାରେ ୭୦୦ମି. ଦୀର୍ଘ ଜାତୀୟ ପତାକା ଧରି ବିଶାଳ ଶୋଭାଯାତ୍ରା ମଧ୍ୟରେ ବ୍ଲକ୍ ଅଧ୍ୟକ୍ଷ କେ. ନୀଳମାଧବ ଆଚାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ତନ୍ମୟ ପାତ୍ର, ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ, ସମାଜ ସେବୀ ବସନ୍ତ ଦଳେଇ, ତହସିଲଦାର ସଂଗ୍ରାମ କେଶରୀ ଜେନା, କାର୍ଯ୍ୟ ନିର୍ବାହୀ ଅଧିକାରୀ ରଶ୍ମି ରଞ୍ଜନ ଦାଶ, ଜନ ପ୍ରତିନିଧି, ବିଦ୍ୟାଳୟ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା ।

ପରେପରେ ଅହିଂସା ରଥ ପୋଲସରା ବ୍ଲକ୍ ଅଭିମୁଖେ ଯାତ୍ରା କରିଥିଲା । ଯୋଡି ଶଙ୍ଖ, ବାଘ ନାଚ ପଶୁନୃତ୍ୟ ଏବଂ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରାଙ୍କ ରଚିତ ମୁକ୍ତି ”ପଥର ଯାତ୍ରୀ – ଅହିଂସା ସାରଥୀ” ନାଟକ ପରିବେଷଣ କରାଯାଇଥିଲା । ଅନ୍ୟ ରଥଟି ପୁରୁଷୋତ୍ତମପୁର ବ୍ଲକରେ ପହଞ୍ଚିବା ପରେ ବିଧାୟିକା ଲତିକା ପ୍ରଧାନ,  ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣୀ ବୈଦ୍ୟ, ସ୍ଥାନୀୟ ଜନ ପ୍ରତିନିଧି, ବ୍ଲକ୍ ଅଧ୍ୟକ୍ଷା ପିଙ୍କି ବେହେରା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ବେହେରା, ତହସିଲଦାର ସନ୍ତୋଷ କୁମାର ସାହୁ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନିରାକାର ଜେନା, ବ୍ଲକ୍ ଅଧ୍ୟକ୍ଷା ପିଙ୍କି ବେହେରା, ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ପ୍ରିୟଙ୍କା ଗୌଡ, କାର୍ଯ୍ୟ ନିର୍ବାହୀ ଅଧିକାରୀ ସୌମ୍ୟ ରଞ୍ଜନ ମିଶ୍ର ଓ ବିଦ୍ୟାଳୟ ମହା ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ଭବ୍ୟ ସମ୍ବର୍ଦ୍ଧନା ଦିଆ ଯାଇଥିଲା ।

କେରାଣ୍ଡିତୋଳା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ମାନ୍ୟବର ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା  ଅହିଂସା ରଥକୁ ସ୍ବାଗତ କରିଥିଲେ । ଛତ୍ରପୁର ଠାରେ ରଥକୁ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା, ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ବ୍ରିଜେଶ କୁମାର ରାୟ, ସହରାଞ୍ଚଳ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ସଚ୍ଚିଦାନନ୍ଦ ନାୟକ ପ୍ରମୁଖ ସ୍ବାଗତ ସମ୍ବର୍ଦ୍ଧନା କରିଥିଲେ । ଅନସ୍ଳୋ ହାଇସ୍କୁଲ ପଡିଆ ଠାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । “ଗଞ୍ଜାମର ସ୍ବାଧୀନତା ସଂଗ୍ରାମୀ” ନାମରେ ଏକ ସ୍ମରଣୀକା ଜିଲ୍ଲାପାଳ ଶ୍ରୀ ପରିଡାଙ୍କ କରକମଳରେ ଉନ୍ମୋଚିତ ହୋଇଥିଲା । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରାଙ୍କ ରଚିତ “ଅହିଂସା ସାରଥୀ – ମୁକ୍ତି ପଥର ଯାତ୍ରୀ” ନାଟକ ମଞ୍ଚସ୍ଥ ହୋଇଥଲା ଏବଂ ସ୍ଥାନୀୟ କଳାକାର ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଜିଲ୍ଲାରେ ଅହିଂସା ରଥ ଦୁଇଟିକୁ ବିପୁଳ ସମ୍ବର୍ଦ୍ଧନା ଦେବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସ୍ବାଧୀନତା ସଂଗ୍ରାମୀ ଉତ୍ତର ଦାୟାଦଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com