ଅନ୍ୟାନ୍ୟ

ପାଟପୁର – ଶେରଗଡ଼ ମୁଖ୍ୟ ରାସ୍ତାରେ ଡକାୟତି ଯୋଜନା ପଣ୍ଡକଲା ପୋଲିସ

ଅସ୍ତ୍ରଶସ୍ତ୍ର ସହ ୧୦ ଅଭିଯୁକ୍ତ ଗିରଫ

ବ୍ରହ୍ମପୁର, ୦୧/୦୯/୨୦୨୨-   ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅଂଚଳରେ ଚୋରି ଆତଙ୍କକୁ ନଜରରେ ରଖି ଥାନା ପକ୍ଷରୁ ସ୍ୱତନ୍ତ୍ର ଧଟପଗଡ କରାଯାଇଥିବା ବେଳେ ରାତ୍ରୀକାଳୀନ ପୋଲିସ ପାଟ୍ରୋଲିଂକୁ କଡାକଡି କରାଯାଇଛି । ଏହି ପରିପ୍ରେକ୍ଷୀରେ ଏସଆଇ ଶାନ୍ତୁନୁ କୁମାର ଦିଗାଲ ରାତ୍ରି କାଳୀନ ପ୍ରିଟୋଲିଂରେ  ପ୍ରାୟ ସାଢେ଼ ୨ ଟା ସମୟରେ ପାଇକ ରାମଚନ୍ଦ୍ରପୁର ଛକ ଯାତ୍ରୀ ବିଶ୍ରାମାଗାରରେ ପ୍ରାୟ ୧୦ ରୁ ୧୫ ଜଣ ସନ୍ଦିଗ୍ଧ ବିଭିନ୍ନ ପ୍ରକାର ମାରଣାସ୍ତ୍ର ସହ ଥିବା ଦେଖିଥିଲେ ।

ପେଟ୍ରେଲିଂ ପୋଲିସର ଅତର୍କିତ ଚଢ଼ାଉରେ ବିଶ୍ରାମାଗାର ଭିତରେ ଥିବା ଗ୍ୟାଙ୍ଗର ତିନିଜଣ ଦୁଇଟି ମୋଟର ସାଇକେଲରେ ଶେରଗଡ଼ ପଟେ ଚାଲିଯାଇଥିଲା ବେଳେ  ପୋଲିସ ୧୦ ‌ଜଣଙ୍କୁ ଧରିବାରେ ସକ୍ଷମ ହୋଇଥିଲେ । ତଲାସୀରେ ସନ୍ଦିଗ୍ଧଙ୍କ ଠାରୁ ଖଣ୍ଡା, ବାଇକ ଚେନ ସହିତ ଚାରିଗୋଟି ହାତବୋମା ମଧ୍ୟ ଜବତ କରାଯାଇଥିଲା । ଏହା ସହ ଘଟଣା ସ୍ଥଳରୁ ଗୋଟିଏ ନାଲି ରଙ୍ଗର ହିରୋ ହୋଣ୍ଡା ଗ୍ଲାମର ବାଇକ ରେଜି ନଂ ଓଡି ୦୭ , ୱାଇ ୩୨୪୪, ଗୋଟିଏ ନମ୍ବର ପ୍ଲେଟ ବିହୀନ ନୀଳ ରଙ୍ଗର ୟାମାହା ଆର ୧୫ , ୩ ଗୋଟି ବଡ଼ ଖଣ୍ଡା , ସିଗାରେଟ ପକେଟ, ବ୍ୟବହୃତ ମହମ ବତୀ, ଦୁଇଟି ଛୋଟ ଟର୍ଚ୍ଚ ଲାଇଟ , ଦିଆସିଲି ପକେଟ , ଲଙ୍କା ଗୁଣ୍ଡ , ସାତ ଗୋଟି କଳାରଙ୍ଗର ମୁଖା ଜବତ କରିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ଏନେଇ ଥାନା ମାମଲା ନଂ ୨୮୪/୨୨ ଅନୁସାରେ ମକଦ୍ଦମା ରୁଜୁ କରାଯାଇ ୧୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ବୁଧବାର ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଅଛି । ତେବେ ଘଟଣାରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଖୁବଶିଘ୍ର ଗିରଫ କରିବା ନେଇ ଥାନା ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com