ଅନ୍ୟାନ୍ୟ

ଆଖିପିଛୁଳାକେ ସବୁକିଛି ଧ୍ୱଂସ କରିଦେବ ଆକାଶ ପ୍ରାଇମ୍ ମିସାଇଲ୍

ଭାତତୀୟ ସେନାକୁ ମିଳିବାକୁ ଯାଉଛି ଆଉ ଏକ ବ୍ରହ୍ମାସ୍ତ୍ର । ଆକାଶ ପ୍ରାଇମ୍ ମିସାଇଲ୍ ସିଷ୍ଟମ୍ ଏବଂ ସ୍ୱାତି ୱେପନ୍ ଲୋକେଟିଂ ରାଡାର୍ ସିଷ୍ଟମ୍ ପାଇଁ ୯୧ହଜାର କୋଟି ଟଙ୍କା ନିର୍ଦ୍ଧାରିତ କରିଛି ଭାରତୀୟ ପ୍ରତିରକ୍ଷା ମନ୍ତ୍ରାଳୟ । ଏହି ଦୁଇଟି ବ୍ରହ୍ମାସ୍ତ୍ରର କାମ ଅଲଗା ଅଲଗା ହୋଇଥିଲେ ବି ଏହା ଏକାଠି ହୋଇ କାମ କରିବେ । ସ୍ୱାତି ୱେପନ୍ ଲୋକେଟିଂ ରାଡାର୍ ସିଷ୍ଟମ୍, ସୀମା ବାହାରେ ଶତ୍ରୁର ଅସ୍ତ୍ରଶସ୍ତ୍ରକୁ ଖୋଜି ବାହାର କରିବା ବେଳେ ଆକାଶ ପ୍ରାଇମ୍ ମିଜାଇଲ୍ ସିଷ୍ଟମ୍ ଆଖି ପିଛୁଳାକେ ଆକ୍ରମଣ କରି ଶତ୍ରୁର ଅସ୍ତ୍ରଶସ୍ତ୍ରକୁ ଧ୍ୱସ୍ତବିଧ୍ୱସ୍ତ କରିଦେବ ।

ଆକାଶ ପ୍ରାଇମ୍ ମିଜାଇଲର ଗତି ହିଁ ତାକୁ ସବୁଠୁ ଖତରନାକ୍ ଅସ୍ତ୍ର ଭାବେ ପରିଣତ କରୁଛି । ଏହା ଏକ ସେକେଣ୍ଡରେ ପାଖାପାଖି ଏକ କିଲୋମିଟର ରାସ୍ତା ଅତିକ୍ରମ କରିବାର କ୍ଷମତା ରଖିଛି । ଅର୍ଥାତ୍ ଏହାର ଘଣ୍ଟାପ୍ରତି ବେଗ ୪୩୨୧କିଲୋମିଟର ରହିଛି । ଶତ୍ରୁର ଯେକୌଣସି ଅସ୍ତ୍ରକୁ ବି ଆକାଶ ମାର୍ଗରେ ଟାର୍ଗେଟ କରି ଧ୍ୱଂସ କରିବାର କ୍ଷମତା ଏହି ମିଜାଇଲ୍ ପାଖରେ ରହିଛି ।
ଆକାଶ ପ୍ରାଇମ୍ ମିଜାଇଲରେ ଆକ୍ଟିଭ୍ ଆରଏଫ୍ ଲାଗିଛି । ଏହା ଟାର୍ଗେଟକୁ ଚିହ୍ନଟ କରିବା ପାଇଁ ସହାୟକ ହୋଇଥାଏ । ତେଣୁ ଏହି ମିଜାଇଲ୍ ସିଷ୍ଟମ୍ ଭାରତୀୟ ସେନାରେ ସାମିଲ ହେଲେ ଚୀନ୍ ଏବଂ ପାକିସ୍ତାନ୍ ସୀମାରେ ଏହାକୁ ମୁତୟନ କରି ରଖାଯିବ । ଯାହାଦ୍ୱାରା ସୀମାର ସୁରକ୍ଷା ଆହୁରି ବଢିଯିବ । ଏହି ମିଜାଇଲ୍ ସ୍ଥଳଭାଗରୁ ଆକାଶ ମାର୍ଗରେ ଆକ୍ରମଣ ପାଇଁ ସକ୍ଷମ । ୨୦୧୧ ମସିହାରୁ ଏବେ ସୁଦ୍ଧା ୩୫୦୦ ମିଜାଇଲ୍ ବନାଯାଇସାରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com