ଅନ୍ୟାନ୍ୟ

ମେ ୧୧ ରେ ବାତ୍ୟା !

ମେ ମାସରେ ବାତ୍ୟା ଶୁଣି ଛାନିଆ ହେଲେଣି ଓଡିଶା ଲୋକେ

ଭୁବନେଶ୍ୱର, ୦୨/୦୫/୨୦୨୩-    ମେ ମାସରେ ବାତ୍ୟା ନା ଶୁଣିଲେ ହୋସ ଉଡିଯାଏ ଓଡିଶାବାସୀଙ୍କର । ପ୍ରଥମେ ଫନି, ଅମ୍ଫାନ, ୟାଶ୍ ଏବଂ ଆସାନୀ ପରେ ଏବେ ପୁଣି ଖରାଦିନରେ ବାତ୍ୟା ହେବା ନେଇ କହିଲାଣି ପାଣିପାଗ ବିଭାଗ । ଏହି ବାତ୍ୟାର ନାମ ହେଉଛି ମୋଚା । ୟେମେନ ଏହି ବାତ୍ୟାର ନାମ କରଣ କରିଛି ।

ସୂଚନାନୁସାରେ ମେ ୫ ତାରିଖରେ ଦକ୍ଷିଣ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ତେବେ ପାଗ ଅନୁକୂଳ ଥିବାରୁ ଏହା ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ଏହାପରେ ଆସନ୍ତା ୧୧ ତାରିଖରେ ବାତ୍ୟା ସୃଷ୍ଟି ହୋଇପାରେ ବୋଲି ଆକଳନ କରାଯାଇଛି । ସେପଟେ ସୋମବାର ଠାରୁ ରାଜ୍ୟରେ ଭୁବନେଶ୍ୱର ସମେତ କିଛି ସ୍ଥାନରେ ବର୍ଷା ମଧ୍ୟ ହୋଇଛି । ଏହା ଯୋଗୁଁ ବାତ୍ୟା ଆଶଙ୍କା ଅଧିକ ଘନେଇବାରେ ଲାଗିଛି । ତେବେ ବାତ୍ୟା ହେବା ନେଇ ଆକଳନ କରିଛି ଆମେରିକାନ୍ GFS ମଡେଲ । ଗ୍ଲୋବାଲ ଫୋରକାଷ୍ଟ ସିଷ୍ଟମର ଆକଳନ ଅନୁସାରେ ମାସ ଦ୍ବିତୀୟ ସପ୍ତାହରେ ଦକ୍ଷିଣ ବଙ୍ଗୋପ ସାଗରରେ ବାତ୍ୟା ସୃଷ୍ଟି ହୋଇପାରେ ।

ଏପଟେ ବାତ୍ୟା ନେଇ କୌଣସି ପୂର୍ବାନୁମାନ କରିନାହିଁ ଭାରତୀୟ ପାଣିପାଗ କେନ୍ଦ୍ର ବା ଆଇ.ଏମ.ଡି । କେବଳ ଆସନ୍ତା ୫ ତାରିଖ ବେଳକୁ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ସହ ପାଗ ଅନୁକୂଳ ଯୋଗୁଁ ଲଘୁଚାପଟି ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି ବୋଲି ଆଇଏମିଡି ସୂଚନା ଦେଇଛି । ସେହିପରି ଲଘୁଚାପଟି ବାତ୍ୟାରେ ପରିଣତ ହେବ କି ନାହିଁ ସେନେଇ ସ୍ପଷ୍ଟ ସୂଚନା ଦେଇନାହିଁ । କେବଳ ଅନ୍ୟ ମଡେଲ ଉପରେ ନଜର ରଖାଯଇଥିବା କହିଛନ୍ତି ଆଇଏମଡି ଡି.ଜି. ।

ତେବେ ଯଦି ଲଘୁଚାପଟି ବାତ୍ୟାରେ ପରିବର୍ତ୍ତନ ହୁଏ ତଥାପି ଓଡିଶା ଉପରେ ଏହାର କୌଣସି ସିଧାସଳଖ ପ୍ରଭାବ ରହିବ ନାହିଁ ବୋଲି ଜଣା ପଡିଛି । ଏପଟେ ବାତ୍ୟା ହେବା କଥା ଶୁଣି କିନ୍ତୁ ଏବେଠାରୁ ଭୟଭୀତ ହେଲେଣି ଓଡିଶାବାସୀ । କାରଣ ଫନି, ଅମ୍ଫନ, ୟାଶ୍ ଏବଂ ଆସାନୀ ବାତ୍ୟାର ଦୁଃଖରୁ ଏଯାଏ ବି ଉପକୂଳିଆମାନେ ଅଣ୍ଟା ସଳଖି ଠିଆ ହୋଇ ପାରିନାହାନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com