ଅନ୍ୟାନ୍ୟ

ମିଟର ପରିବର୍ତ୍ତନକୁ ନେଇ ଜିଲ୍ଲା ଉପଭୋକ୍ତା ଅଦାଲତରେ ମାମଲା ରୁଜୁ

ବ୍ରହ୍ମପୁର, ୧୫/୦୯/୨୦୨୨-  ଜାନୁଆରୀ ୨୦୨୧ ମସିହାରେ ଟାଟା ପାୱାର ବିଦ୍ୟୁତ୍ ବିତରଣ ଦାୟିତ୍ୱ ନେବା ପର ଠାରୁ ଦକ୍ଷିଣ ଓଡ଼ିଶାର ବ୍ରହ୍ମପୁର ସହରାଞ୍ଚଳରେ ମିଟର ବଦଳାଇବା କାର୍ଯ୍ୟକ୍ରମ ଆରମ୍ଭ କରିଛି । ଯାହାକି ବେଆଇନ । କୌଣସି ଅଥୋରିଟି ଏପରି କରିବା ପାଇଁ ଟାଟା ପାୱାର କମ୍ପାନୀକୁ ନିର୍ଦ୍ଦେଶ ଦେଇଥିବା ସୂଚନା ନାହିଁ । ଅନ୍ୟ ପକ୍ଷରେ କେଉଁ କାରଣ ପାଇଁ ଉପଭୋକ୍ତାଙ୍କ ସଠିକ ଚାଲୁଥିବା ମିଟରକୁ ପରିବର୍ତ୍ତନ କରାଯାଉଛି,ତା’ର କୌଣସି ସୂଚନା କିମ୍ବା ବିଜ୍ଞାପନ ଉପଭୋକ୍ତା ମାନଙ୍କ ଗୋଚରାର୍ଥେ ଜାରି କରାଯାଇନାହିଁ ।

ଓଡିଶା ବିଦ୍ୟୁତ ନିୟାମକ ଆୟୋଗ ବିଦ୍ୟୁତ ବିତରଣ କୋଡ-୨୦୦୪ ଅନୁଯାୟୀ ଅର୍ଡର ୨୦୨୨ରେ ଠିକ୍ ଚାଲୁଥିବା ମିଟର ପରିବର୍ତ୍ତନ କରି ଆଉ ଗୋଟିଏ ଠିକ୍ ମିଟର ବସାଇବା ଭଳି ନିର୍ଦ୍ଦେଶ ଦେଇନାହାନ୍ତି । ତତ୍ ସହିତ ଓଇଆରସି କୋଡ-୨୦୦୪ର ଧାରା ୫୯(୪)ଅନୁଯାୟୀ ମିଟର ସେତେବେଳେ ହେବ ମିଟର ପରିବର୍ତ୍ତନ ହେବ, ଯେତେବେଳେ କୌଣସି ମିଟର ସଂଶୋଧନ କିମ୍ବା ମରାମତି ହୋଇପାରିବ ନାହିଁ । ଏଣୁ ଏପରି ମିଟର ପରିବର୍ତ୍ତନ କରିବା ଉପଭୋକ୍ତାଙ୍କ ସେବାରେ ଅବହେଳିତ କରିବା ସହ ଅସାଧୁ ବ୍ୟବସାୟୀକରଣ ଏବଂ ଟିପିଏସଓଡିଏଲର ଏକଚାଟିଆ ବ୍ୟବସାୟୀ ବୃତ୍ତି ସଦୃଶ୍ୟ ।

ତେଣୁ କୌଣସି ନିର୍ଦ୍ଦେଶ କିମ୍ବା ନିୟମ ନଥାଇ ଟିପିଏସଓଡିଏଲ୍ ପକ୍ଷରୁ ଯେଉଁ ମିଟର ପରିବର୍ତ୍ତନ କାର୍ଯ୍ୟକ୍ରମ କରାଯାଉଛି, ତାହାକୁ ତୁରନ୍ତ ବନ୍ଦ କରାଯିବା ପାଇଁ ଜିଲ୍ଲା ଉପଭୋକ୍ତା ଅଦାଲତରେ ଏକ ମାମଲା ୯୪/୨୦୨୨ ରୁଜୁ କରାଯାଇଛି । ମାନ୍ୟବର ଅଦାଲତ ମଧ୍ୟ ଏହାର ଗୁରୁତ୍ୱକୁ ଉପଲବ୍ଧ କରି ମାମଲା ଗ୍ରହଣ କରି ପ୍ରତିପକ୍ଷଙ୍କୁ ନୋଟିସ ଜାରି କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com