ବିଜ୍ଞାନ ଓ ପ୍ରଯୁକ୍ତି

ସୁପ୍ରିମକୋର୍ଟରୁ ହେଲା ବିଚାରର ସିଧା ପ୍ରସାରଣ

ନୂଆଦିଲ୍ଲୀ, ୨୭/୦୯/୨୦୨୨-  ସୁପ୍ରିମକୋର୍ଟରୁ ହେଲା ବିଚାରର ସିଧା ପ୍ରସାରଣ । ମଙ୍ଗଳବାର ମହାରାଷ୍ଟ୍ର ଶିବସେନା ପ୍ରସଙ୍ଗ, ଇଡବ୍ଲୁଏସ ଆରକ୍ଷଣ, ଦିଲ୍ଲୀ-କେନ୍ଦ୍ର ସରକାର ବିବାଦ, ଆଦି ମାମଲାର ଶୁଣାଣି webcast.gov.in ଏବଂ scindia ୱେବସାଇଟ୍ ମାଧ୍ୟମରେ ପ୍ରସାରଣ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୩ଟି ସାମ୍ବାଧାନିକ ବେଞ୍ଚରେ ଚାଲିଥିବା ଶୁଣାଣିର ସିଧା ପ୍ରସାରଣ ହୋଇଛି ।

ତେବେ କେବଳ ମାମଲାର ଶୁଣାଣିବେଳେ ସିଧାପ୍ରସାରଣ ଉପଲବ୍ଧ ହୋଇଛି । ଆଗକୁ ଶୁଣାଣିର ସିଧା ପ୍ରସାରଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ଏଥିରେ ପୁନଃ ପ୍ଲେ କରି ଦେଖିବା ବ୍ୟବସ୍ଥା ରଖାଯାଇ ନାହିଁ । ଗୋଟିଏ ନିର୍ଦ୍ଧିଷ୍ଟ ଫ୍ଲାଟଫର୍ମରେ ମାମଲା ଗୁଡିକର ଶୁଣାଣି ଲୋକମାନେ ଦେଖିପାରିବେ । ପ୍ରଥମ ପର୍ଯ୍ୟାୟରେ ୟୁଟ୍ୟୁବରେ ଅସ୍ଥାୟୀ ଭାବେ ସିଧା ପ୍ରସାରଣ କରାଯାଇଛି । ଆଗକୁ କୋର୍ଟ ନିଜ ସର୍ଭରରେ ସିଧା ପ୍ରସାରଣ କରିବେ । ନ୍ୟାସନାଲ ଇନର୍ଫମରମେଟିକ ସେଣ୍ଟର ଏହି ବ୍ୟବସ୍ଥାର ପରିଚାଳନା କରୁଛି । ଲୋକମାନେ ସୁପ୍ରିମକୋର୍ଟଙ୍କ ଶୁଣାଣି ମୋବାଇଲ, ଲାପଟପ ଓ କମ୍ପ୍ୟୁଟରରେ ଦେଖିପାରିବେ । ମୁଖ୍ୟ ବିଚାରପତି ୟୁୟୁ ଲଳିତଙ୍କ ନେତୃତ୍ୱରେ ଗତ ମଙ୍ଗଳବାର ଫୁଲ କୋର୍ଟ ମିଟିଂରେ ଏହି ନିଷ୍ପତ୍ତି ନିଆଯାଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com