ବିଜ୍ଞାନ ଓ ପ୍ରଯୁକ୍ତି

ନୂଆବର୍ଷ ପାଇଁ ପୁରୀରେ ସ୍ୱତନ୍ତ୍ର ବ୍ୟବସ୍ଥା

ପୁରୀ, ୩୦/୧୨/୨୦୨୨-    ଦିନକ ପରେ ନୂଆବର୍ଷ । ପୁରୀରେ ଏଥିପାଇଁ ମହାପ୍ରଭୁଙ୍କ ଦର୍ଶନ ଲାଗି ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି । ଲୋକଙ୍କ ଗହଳି ଏତେ ମାତ୍ରାରେ ରହୁଛି ଯେ, ବଡ଼ ଦାଣ୍ଡରେ ଯିବା ଆସିବା କରିବା କାଠିକର ପାଠ ହୋଇଯାଉଛି । ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ଭିଡ଼ ନିୟନ୍ତ୍ରଣ ପାଇଁ ଶନିବାର ଠାରୁ ୩ ଦିନ ପର୍ଯ୍ୟନ୍ତ ମାର୍କେଟ ଛକରୁ ସିଂହଦ୍ୱାର ପର୍ଯ୍ୟନ୍ତ ସମସ୍ତ ଉଠା ଦୋକାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଶୃଙ୍ଖଳିତ ଦର୍ଶନ ପାଇଁ ସିଂହଦ୍ୱାର ଅସ୍ଥାୟୀ ସେଡକୁ ମାର୍କେଟ ଛକ ପର୍ଯ୍ୟନ୍ତ ସଂପ୍ରସାରଣ କରାଯାଇଛି । ଏଥିପାଇଁ ୨୦ ଫୁଟ ଓସାରରେ ବଡ଼ଦାଣ୍ଡ ମଝିରେ ବାଉଁଶର ବାରିକେଡ୍ କରାଯାଇଛି । ଭକ୍ତମାନେ ମାର୍କେଟ ଛକରୁ ଏହାରି ଭିତରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯିବେ । ମାର୍କେଟ ଛକରୁ ସେଡ୍ କରା ଯାଇଥିବାରୁ ଭକ୍ତମାନଙ୍କ ଜୋତା ରଖିବାକୁ ଅସ୍ଥାୟୀ ଜୋତା ଷ୍ଟାଣ୍ଡର ବିି ବ୍ୟବସ୍ଥା ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com