ବିଜ୍ଞାନ ଓ ପ୍ରଯୁକ୍ତି

ବିଭିନ୍ନ ସ୍ୱାସ୍ଥ୍ୟ ଯୋଜନା ଏବଂ ସେବା ପାଇଁ ୫ ନୂଆ ପରାମର୍ଶଦାତା ନିଯୁକ୍ତ

ଭୁବନେଶ୍ୱର, ୦୪/୦୧/୨୦୨୩-    ବିଭିନ୍ନ ସ୍ୱାସ୍ଥ୍ୟ ଯୋଜନା ଏବଂ ମେଡ଼ିକାଲ୍ କଲେଜ ଓ ହସ୍ପିଟାଲରେ ୫ ଜଣ ନୂଆ ପରାମର୍ଶଦାତାଙ୍କୁ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ଚାଲିଥିବା ଉନ୍ନତ୍ତମାନର ସାର୍ବଜନୀନ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବିକାଶ ନିମନ୍ତେ ଏହି ପରାମର୍ଶଦାତାମାନେ କାର୍ଯ୍ୟ କରିବେ ।

ଏହି ପରାମର୍ଶଦାତାମାନେ ଅବୈତନିକ ଭାବେ ଜନସାଧାରଣଙ୍କ ପାଇଁ ଓ ସରକାରୀ ବ୍ୟବସ୍ଥା ମଧ୍ୟରେ ସେବା ପ୍ରଦାନ ନିମନ୍ତେ ଇଛା ପ୍ରକଟ କରିଛନ୍ତି । ତେବେ ରାଜ୍ୟ ସରକାରଙ୍କ ନିର୍ଦ୍ଧାରିତ ନିୟମ ଅନୁଯାୟୀ ସେମାନଙ୍କ ଗସ୍ତ ଏବଂ ଆନୁସଙ୍ଗିକ ସୁବିଧା ଯୋଗାଇ ଦିଆଯିବ । ଏନେଇ ବିଭାଗୀୟ କାର୍ଯ୍ୟାଳୟରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

କଟକର ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲ୍ କଲେଜ ଏବଂ ହସ୍ପିଟାଲ ପାଇଁ ଦୁଇ ଜଣ ପରାମର୍ଶଦାତା ଦିଲ୍ଲୀପ କୁମାର ସାହୁ ଏବଂ ସ୍ୱପ୍ନାରାଣୀ ପାତ୍ର ନିଯୁକ୍ତି ହୋଇଛନ୍ତି । କ୍ୟାପିଟାଲ୍ ହସ୍ପିଟାଲର ସୁପରିଚାଳନା ଓ ବିକାଶ ପାଇଁ ସଂଜୟ ସେଠୀଙ୍କୁ ନିଯୁକ୍ତି କରାଯାଇଛି । ସେହିପରି ପୁଷ୍ପାଞ୍ଜଳି ରଣାଙ୍କୁ B.S.K.Y., କେ. ଶାନ୍ତିଙ୍କୁ ବ୍ରହ୍ମପୁର  M.K.C.G ମେଡ଼ିକାଲ୍ କଲେଜ ଓ ହସ୍ପିଟାଲ ଏବଂ ରଞ୍ଜନ ବିଶ୍ୱାଳଙ୍କୁ ନିରାମୟ ଯୋଜନାର ପରାମର୍ଶଦାତା ଭାବେ ନିଯୁକ୍ତି ଦିଆଯାଇଛି ।

 

Related Articles

Back to top button
WP Twitter Auto Publish Powered By : XYZScripts.com