ବିଜ୍ଞାନ ଓ ପ୍ରଯୁକ୍ତି

ୟୁପିଏସସି ପାସ୍ କରିଥିବା ଯବାନଙ୍କୁ ଇସ୍ତଫା ଦେବା ପାଇଁ ଅନୁମତି ମିଳୁ : ବାୟୁସେନାକୁ ନିର୍ଦ୍ଦେଶ ଦେଲେ ସୈନ୍ୟ ଅଦାଲତ

ନୂଆଦିଲ୍ଲୀ : ୟୁପିଏସସି ପାକ୍ କରିଥିବା ଯବାନଙ୍କୁ ମିଳିବ ଚାକିରୀରରେ ଯୋଗ ଦେବାର ଅନୁମତି । ବାୟୁ ସେନା ମଧ୍ୟ ମଞ୍ଜୁର କରିବ ଇସ୍ତଫା । ସଶସ୍ତ୍ର ବଳ ନ୍ୟାଧିକରଣ ବା ସୈନ୍ୟ ଅଦାଲତ ଭାରତୀୟ ବାୟୁ ସେନାକୁ ୟୁପିଏସସି ପାସ୍ କରିଥିବା ଯବାନଙ୍କୁ ଇସ୍ତଫା ଦେବା ପାଇଁ ଅନୁମତି ଦେବାକୁ କହିଛନ୍ତି । ନ୍ୟାୟାଧିଶ ସେତେବେଳେ ଏହି ନିର୍ଦ୍ଦେଶ ଦେଇଛନ୍ତି ଯେତେବେଳେ ବାୟୁସେନା ଅନେକ ଯବାନଙ୍କୁ ଇସ୍ତଫା ପ୍ରଦାନ ପାଇଁ ଅନୁମତି ଦେଉ ନାହିଁ । ଏପରିକି ନ୍ୟାୟାଧିଶ ବାୟୁସେନାକୁ ଏଥିପାଇଁ ଦୁଇ ସପ୍ତାହ ସମୟ ଦେଇଛନ୍ତି ।
ମାମଲାର ଶୁଣାଣି କରୁଥିବା ନ୍ୟାୟାଧିଶ ରାଜେନ୍ଦ୍ର ମେନନଙ୍କ ପୀଠ କହିଛନ୍ତି ଯେ, ବାୟୁ ସେନା ୟୁପିଏସସି ପରୀକ୍ଷା ଦେଉଥିବା ଯବାନଙ୍କ ପାଇଁ ଥିବା ନିୟମରେ ପରିବର୍ତ୍ତନ କରିବା ଦରକାର । ଏହି ମାମଲାକୁ ଆୟୁଷ ମୋର୍ଯ୍ୟ ଓ ସରଜେଣ୍ଟ୍ କୁଲଦୀପ ବିଭୁତି ନିଜ ଆଇନଜୀବୀ ଅଙ୍କୁର ଚିବ୍ବରଙ୍କ ମାଧ୍ୟମରେ ଦାଖଲ କରିଥିଲେ । ଉଭୟ ଆୟୁଷ ଓ ବିଭୁତି ସିଭିସ ସର୍ଭିସ ପାସ କରିଛନ୍ତି ।
ଆୟୁଷ ୨୦୨୧ରେ ସିଭିଲ ସର୍ଭିସ ପରୀକ୍ଷା ପାସ୍ କରିଥିଲେ । ସେହିପରି ବିଭୁତି ବିହାର ସିଭିଲ ସର୍ଭିସରେ ସଫଳତା ଲାଭ କରିଥିଲେ । ଉଭୟ ପରୀକ୍ଷା ଦେବା ପାଇଁ ଅନଲାଇନରେ ଅନୁମତି ମାଗିଥିଲେ । କିନ୍ତୁ ବାୟୁ ସେନା କେବଳ ଏ ଗ୍ରେଡ୍ ଥିବା ଯବାନଙ୍କୁ ହିଁ ଏହି ପରୀକ୍ଷା ପାଇଁ ଅନୁମତି ପ୍ରଦାନ କରିଥାଏ । କିନ୍ତୁ ଉଭୟ ପରୀକ୍ଷା ଦେବାକୁ ନିଷ୍ପତ୍ତି ନେଇଥିଲେ ଓ ସଫଳତା ପାଇଥିଲେ ।
ଆୟୁଷ ଗତବର୍ଷ ଲାବସନାରେ ସାମିଲ ହୋଇଥାନ୍ତେ । କିନ୍ତୁ ବାୟୁସେନା ତାଙ୍କୁ ପ୍ରମାଣପତ୍ର ଦେଇନଥିଲା । ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com