ବିଜ୍ଞାନ ଓ ପ୍ରଯୁକ୍ତି

ହ୍ୱାଟ୍ସଆପ୍ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର; ୨ ଦିନର ପୁରୁଣା ବାର୍ତ୍ତାକୁ କଟାଯାଇ ପାରିବ

ନୂଆଦିଲ୍ଲୀ, ୦୩/୦୭/୨୦୨୨- ବର୍ତ୍ତମାନର ଆଧୁନିକ ଦୁନିଆରେ ବହୁଳ ବ୍ୟବହାର ହେଉଥିବା ଏକ ଆପ୍ଲିକେସନ ହେଉଛି ହ୍ୱାଟ୍ସଆପ୍ । ସେଥିପାଇଁ ବ୍ୟବହାରକାରୀମାନଙ୍କ ସୁବିଧା ଅନୁଯାୟୀ କମ୍ପାନୀ ନୂଆ ନୂଆ ଫିଚର ଲାଗୁ କରୁଛି । ଏବେ ୨ ଦିନ ପୁରୁଣା ମେସେଜକୁ ମଧ୍ୟ କରି ପାରିବେ ଡିଲିଟ୍ । ହ୍ୱାଟ୍ସଆପରେ ପଠାଯାଉଥିବା ମେସେଜକୁ ଡିଲିଟ୍ କରିବା ଫିଚର Delete Message for everyone ରେ ଏବେ ପାଇ ହେବ ଏକ ନୂଆ ସୁବିଧା । ପ୍ରଥମେ ୟୁଜର୍ସ ମାନଙ୍କୁ ମେସେଜ୍ ଡିଲିଟ୍ କରିବା ପାଇଁ ୮ ମିନିଟ୍ ସମୟ ଦିଆଯାଉଥିଲା, ପରେ ଏହାକୁ ବଢାଇ ୧ ଘଣ୍ଟା କରି ଦିଆଯାଇଥିଲା । ମାତ୍ର ଏବେ ହ୍ୱାଟ୍ସଆପ୍ କମ୍ପାନୀ ପକ୍ଷରୁ ୟୁଜର୍ସ ମାନଙ୍କ ପାଇଁ ଏକ ଖୁସି ଖବର ଆସିଛି । WABetaInfoର ରିପୋର୍ଟ ଅନୁଯାୟୀ ହ୍ୱାଟ୍ସଆପର ଲାଟେସ୍ ବିଟା ୨.୨୨.୧୫.୮ର କିଛି ୟୁଜର୍ସ ମାନଙ୍କ ପାଇଁ ମେସେଜ ଡିଲିଟ୍ କରାଯିବାର ସମୟସୀମା ୨ ଦିନ ୧୨ ଘଣ୍ଟା ପର୍ଯ୍ୟନ୍ତ ବଢ଼ିବାକୁ ଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com