ବିଜ୍ଞାନ ଓ ପ୍ରଯୁକ୍ତି

ହେଡଫୋନ୍ ବ୍ୟବହାର କରୁଥିଲେ ସାବଧାନ ! ଅନୁସନ୍ଧାନରୁ ଆସିଲା ସାଙ୍ଘାତିକ ଚିତ୍ର

ଭୁବନେଶ୍ୱର: ବଜାରକୁ ଆସୁଥିବା ନୂଆ ନୂଆ ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍ କୁ ବ୍ୟବହାର କରିବା ଆରମ୍ଭ କରିଛନ୍ତି ଯୁବପିଢ଼ି। ଅଧିକାଂଶ ଲୋକ ଉଚ୍ଚ ସ୍ୱରକୁ ପସନ୍ଦ କରନ୍ତି, ସେମାନେ ହେଡଫୋନ୍ ମାଧ୍ୟମରେ ସଂଗୀତ ଶୁଣନ୍ତି। କିନ୍ତୁ ଏହାକୁ ବ୍ୟବହାର କରିବା ଦ୍ୱାରା ଆପଣ ଶୁଣିବାର କ୍ଷମତା ହରାଇବା ଆରମ୍ଭ କରିବେ, ଏକ ଅନୁସନ୍ଧାନରୁ ଜଣାପଡିଛି ଯେ ବିଶ୍ୱର ପ୍ରାୟ ଏକ ବିଲିୟନ ଯୁବକ ହେଡଫୋନ୍ ବ୍ୟବହାର ଦ୍ୱାରା ଶ୍ରବଣ ହରାଇବା ଆଶଙ୍କା ହୋଇପାରେ।

ବିଏମଜେ ଗ୍ଲୋବାଲ ହେଲଥ ପତ୍ରିକାରେ ପ୍ରକାଶିତ ଏହି ଅନୁସନ୍ଧାନରୁ ଜଣାପଡିଛି ଯେ ବିଶ୍ୱର ପ୍ରାୟ ଏକ ବିଲିୟନ ଯୁବକ ହେଡଫୋନ୍ ବ୍ୟବହାର କରିବା ଦ୍ୱାରା ଶ୍ରବଣ ଶକ୍ତି ହରାଇପାରନ୍ତି। ଏହି ଅନୁସନ୍ଧାନର ନେତୃତ୍ୱ ନେଉଥିବାବେଳେ WHO ଯୁବକମାନଙ୍କୁ ସତର୍କ କରାଇଛି। ୪୩୦ ନିୟୁତରୁ ଅଧିକ ଲୋକ ବର୍ତ୍ତମାନ ଶ୍ରବଣ ଦୁର୍ବଳତାର ଶିକାର ହେଉଛନ୍ତି। WHO ଆକଳନ ଅନୁଯାୟୀ, ୨୦୫୦ ସୁଦ୍ଧା ଏହି ସଂଖ୍ୟା ୭୦ କୋଟି କୁ ବୃଦ୍ଧି ପାଇବ।

Related Articles

Back to top button
WP Twitter Auto Publish Powered By : XYZScripts.com