ବିଜ୍ଞାନ ଓ ପ୍ରଯୁକ୍ତି

ବିଶ୍ୱବାଣୀର ଅଷ୍ଟାଦଶ ସ୍ୱନକ୍ଷତ୍ର ଦିବସ ପାଳିତ

ଭୁବନେଶ୍ୱର, ୧୨/୧୨/୨୦୨୨ –   ଦେଶ ଗଠନରେ ଗଣମାଧ୍ୟର ଭୂମିକାର ନିହାତି ଅପରିହାର୍ଯ୍ୟ । ଗଣତନ୍ତ୍ରର ଜାଗ୍ରତ ପ୍ରହରୀ ହିସାବରେ ଠିକ୍ କଥା ଦେଖାଇବା ଏବଂ ସାଧାରଣ ଲୋକଙ୍କ ବଳ ହୋଇ ଦୁର୍ନିତି ବିଷୟରେ ସ୍ୱର ଉତ୍ତୋଳନ କରିବା ଦରକାର । ଜଣେ ସାମ୍ବାଦିକ ନିର୍ଭୀକ ଭାବେ ନିଜର କର୍ତ୍ତବ୍ୟ ସମ୍ପାଦନ କରିବା ଜରୁରୀ ବୋଲି ବକ୍ତାମାନେ ମତବ୍ୟକ୍ତ କରିଛନ୍ତି ।

ରବିବାର ଭୁବନେଶ୍ୱର ଜୟଦେବ ଭବନ ଠାରେ ବିଶ୍ୱବାଣୀ ଦୈନିକ ଖବର କାଗଜର ଅଷ୍ଟାଦଶ ସ୍ୱନକ୍ଷତ୍ର ଦିବସରେ ଆୟୋଜିତ ଆଲୋଚନା ଚକ୍ରରେ ଯୋଗ ଦେଇ ଅତିଥିମାନେ ଏପରି ମତବ୍ୟକ୍ତ କରିଥିଲେ । ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ, ମୁଖ୍ୟବକ୍ତା ଭାବେ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ, ବିଧାୟକ ଶଶି ଭୂଷଣ ବେହେରା , ବିଧାୟକ ସୁରେଶ ରାଉତରାୟ, IOUWK ର ଜାତୀୟ ସଭାପତି ପୀତବାସ ମିଶ୍ର, ବିଶିଷ୍ଟ ସ୍ତମ୍ବକାର ଗୁରୁ କଲ୍ୟାଣ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।

ଏହି ଅବସରରେ ଓଡିଶା ଯାତ୍ରା ଜଗତର ବିଶିଷ୍ଟ ନାଟ୍ୟକାର ମଳୟ କୁମାର ରାଉତ, ଶିକ୍ଷାବିତ ଡକ୍ଟର ପ୍ରସନ୍ନ ଚୌଧୁରୀ, ସାମ୍ବାଦିକ ଭାଗବତ ତ୍ରିପାଠୀ, ଗୋବିନ୍ଦ ଗୋପାଳ ଗଦାଧର ମହାନ୍ତି, ବାଦଲ ଖୁଣ୍ଟିଆ, ସୌମ୍ୟ ରଞ୍ଜନ ଲେଙ୍କା, ଭାଗ୍ୟବତୀ ଓଝା, ଡକ୍ଟର ଅନିତା ପାତ୍ର ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com