ବିଜ୍ଞାନ ଓ ପ୍ରଯୁକ୍ତି

ରାଜ୍ୟରେ ଶୁଭାରମ୍ଭ ହେଲା ‘ବାଲ୍‍ ଆଧାର’ ବ୍ୟବସ୍ଥା

ଭୁବନେଶ୍ୱର,୧୬/୦୩/୨୦୨୩ –  ଶିଶୁ ଜନ୍ମ ପରେ ଆଧାରକାର୍ଡ ସଂଯୁକ୍ତ ସହ ଜନ୍ମ ପଞ୍ଜିକରଣ କରାଯିବ । ଏଥିପାଇଁ ଗୁରୁବାରଠାରୁ ରାଜ୍ୟରେ ‘ବାଲ୍‍ ଆଧାର’ର ଶୁଭାରମ୍ଭ କରାଯାଇଛି । ଏହି ବ୍ୟବସ୍ଥା ମାଧ୍ୟମରେ ଜନ୍ମ ହୋଇଥିବା ଶିଶୁର ଅଭିଭାବକ ଡାକ୍ତରଖାନା ସହ ଯୋଗାଯୋଗ କରି ବାଲ୍‍ ଆଧାର ନେଇପାରିବେ । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏପରି କୁହାଯାଇଛି ।

ତେବେ ଆଧାର ପଞ୍ଜିକରଣ ପାଇଁ ମା’ କିମ୍ବା ବାପା କୌଣସି ଜଣଙ୍କର ଆଧାର ନମ୍ବର ଥିବା ଜରୁରୀ । ଶିଶୁ ଜନ୍ମହେବାର ୨୧ଦିନ ମଧ୍ୟରେ ପଞ୍ଜିକରଣ ସମ୍ପୂର୍ଣ୍ଣ ମାଗଣା କରା ଯାଇପାରିବ । ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଆଧାର କାର୍ଡ ଅପ୍‍ଡେଟ୍‍ କରିବା ପାଇଁ ଆଜି ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଏକ ଭ୍ରାମ୍ୟମାଣ ଆଧାର ସେବା ଭ୍ୟାନ୍‍ର ଶୁଭାରମ୍ଭ କରିଛନ୍ତି ।

ଏହା ସହିତ ଯଦି ଆପଣ ଆଧାରରେ  କିଛି ଅପଡେଟ୍ କରିବାକୁ ଚାହାଁନ୍ତି, ତେବେ ଏହାକୁ ମାଗଣାରେ କରିବାକୁ ଆପଣଙ୍କ ପାଇଁ ଭଲ ସୁଯୋଗ ରହିଛି । ୟୁନିକ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ – UIDAI ନାଗରିକମାନଙ୍କୁ ମାଗଣାରେ ଆଧାର ଅପଡେଟ୍ କରିବାର ସୁବିଧା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛି । ଯେଉଁମାନଙ୍କ ଆଧାର ୧୦ ବର୍ଷ ହୋଇଗଲାଣି ଏବଂ କେବେ ବି ଅପଡେଟ୍ ହୋଇନାହିଁ, ସେମାନେ ଅପଡେଟ୍ କରିପାରିବେ । ଡିଜିଟାଲ୍ ଇଣ୍ଡିଆ ଅଭିଯାନର ପ୍ରୋତ୍ସାହନ ଅଧୀନରେ UIDAI ଏହି ନିଷ୍ପତ୍ତି ନେଇଛି ।

ଏହା ସହିତ My Aadhaar ପୋର୍ଟାଲରେ ମାଗଣାରେ ଡକ୍ୟୁମେଣ୍ଟ ଅପଡେଟ୍ ସୁବିଧା କରିପାରିବେ । ଏହି ସୁବିଧା କେବଳ ୧୫ ମାର୍ଚ୍ଚ ୨୦୨୩ ରୁ ୧୪ ଜୁନ୍ ୨୦୨୩ ପର୍ଯ୍ୟନ୍ତ ତିନିମାସ ପାଇଁ ମାଗଣାରେ ଉପଲବ୍ଧ ହେବ । ଆଧାର କେନ୍ଦ୍ରକୁ ଯାଇ ଡକ୍ୟୁମେଣ୍ଟ ଅପଡେଟ୍ କରିବା ପାଇଁ କିନ୍ତୁ ୫୦ ଟଙ୍କା ଶୁଳ୍କ ଦେବାକୁ ପଡିବ ।

Related Articles

Back to top button
WP Twitter Auto Publish Powered By : XYZScripts.com