ବିଜ୍ଞାନ ଓ ପ୍ରଯୁକ୍ତି

ବିନା ଇଣ୍ଟରନେଟରେ ମୋବାଇଲରେ ଚାଲିବ ଟି.ଭି

ନୂଆଦିଲ୍ଲୀ, ୧୨/୧୨/୨୦୨୨ –   ବିନା ଇଣ୍ଟରନେଟ ସଂଯୋଗରେ ମୋବାଇଲରେ ଚାଲିବ ଟିଭି  । ଏହି ସୁବିଧା F.M ରେଡିଓ ଭଳି କାମ କରିବ । ଏହାକୁ ଡାଇରେକ୍ଟ ଟୁ ମୋବାଇଲ କୁହାଯାଉଛି । ଏନେଇ ସରକାର ଉପରେ କାର୍ଯ୍ୟ ଆରମ୍ଭ କରିଛନ୍ତି । ଏଥିରେ ଫ୍ରି ଟୁ ଏୟାର ଚ୍ୟାନେଲ ବିନା ଇଣ୍ଟରନେଟରେ ମୋବାଇଲରେ ଚାଲିପାରିବ । ଏନେଇ ଟେଲିକମ ଇଂଜିନିୟରିଂ ସେଣ୍ଟର ତରଫରୁ ଡ୍ରାଫ୍ଟ ଜାରି କରାଯାଇଛି । ଏହି ବ୍ୟବସ୍ଥା ପାଇଁ କମ୍ପାନୀମାନେ ସେମାନଙ୍କ ଦ୍ୱାରା ତିଆରି କରା ଯାଉଥିବା ମୋବାଇଲରେ ମିଡିଲ ବିଅର ଲଗାଇବାକୁ ପଡିବ । ଏହି ସୁବିଧା ଉପଲବ୍ଧ ହେଲେ ଲୋକମାନେ ବିନା ଇଣ୍ଟରନେଟରେ ସ୍ମାର୍ଟଫୋନ ମାଧ୍ୟମରେ ଟିଭି ଦେଖିପାରିବେ । ଏହା ଉପରେ ଏକ ପାଇଲଟ ଷ୍ଟଡି ଖୁବଶୀଘ୍ର ଦିଲ୍ଲୀ NCRରେ ଆରମ୍ଭ କରାଯିବ ସୂଚନା ଓ ପ୍ରସାରଣ ସଚିବ କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com