Breaking NewsFeaturedବିଜ୍ଞାନ ଓ ପ୍ରଯୁକ୍ତି

ଆକ୍ଟିଭ ହେଲା ଆଦିତ୍ୟ- ଏଲ୍‌୧

ଭାରତୀୟ ମହାକାଶ ଭବେଷଣା ସଂଗଠନ(ISRO)କୁ ମିଳିଛି ଏକ ନୂତନ ସଫଳତା । ଭାରତର ପ୍ରଥମ ସୌର ଉପଗ୍ରହ ଆଦିତ୍ୟ- ଏଲ୍‌୧ଉପରେ ଲାଗିଥିବା ଆଦିତ୍ୟ ସୋଲାର ୱିଣ୍ଡ ପାର୍ଟିକଲ ଏକ୍ସପେରିମେଣ୍ଟ(ASPEX) ପେଲୋଡ୍ ଏହାର କାର୍ଯ୍ୟ ଆରମ୍ଭ କରିଥିବା ନେଇ ଶନିବାର ସ୍ପେସ୍ ଏଜେନ୍ସି ସୂଚନା ଦେଇଛନ୍ତି । ଏହା ସାଧାରଣ ଭାବରେ କାର୍ଯ୍ୟ କରୁଛି । ISRO ଆହୁରି ମଧ୍ୟ କହିଛି ଯେ ASPEX ପେଲୋଡ୍‌ରେ ଦ୍ୱିତୀୟ ଉପକରଣ ସୋଲାର ୱିଣ୍ଡ ଆୟନ୍ ସ୍ପେକ୍ଟ୍ରୋମିଟର ବର୍ତ୍ତମାନ କାର୍ଯ୍ୟକ୍ଷମ ହୋଇଯାଇଛି ।

ASPEXରେ ୨ଟି ଉପକରଣ ବ୍ୟବହାର ହୋଇଛି-ପ୍ରଥମ ସୋଲାର ୱିଣ୍ଡ ଆୟନ୍ ସ୍ପେକ୍ଟ୍ରୋମିଟର(SWIS) ଏବଂ ସୁପ୍ରାଥର୍ମାଲ ଏବଂ ଏନର୍ଜେଟିକ୍ ପାର୍ଟିକଲ ସ୍ପେକ୍ଟ୍ରୋମିଟର(STEPS ) । STEPS ଉପକରଣଟି ସେପଟେମ୍ବର ୧୦ରୁ କାର୍ଯ୍ୟ କରିବା ଆରମ୍ଭ କରିଥିବା ବେଳେ ବେଳେ SWIS ଉପକରଣ ଶନିବାର ଆକ୍ଟିଭେଟ୍ ହୋଇଥିବା ନେଇ ଇସ୍‌ରୋ ପକ୍ଷରୁ ଟ୍ୱିଟ୍ କରାଯାଇଛି ।

କହିରଖୁଛୁ ISRO ପକ୍ଷରୁ ପ୍ରଥମ ସୌର ମିଶନ୍ ଆଦିତ୍ୟ- ଏଲ୧ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ସେପଟେମ୍ବର ୨ରେ ଲଞ୍ଚ୍ କରାଯାଇଥିଲା । ଆଦିତ୍ୟ- ଏଲ୧ ପୃଥିବୀ ଠାରୁ ପ୍ରାୟ ୧୫ ଲକ୍ଷ କିମି ଦୂରରେ ଥିବା ସୂର୍ଯ୍ୟ- ପୃଥିବୀ ଲାଂଗ୍ରାଜିଆନ୍ ପଏଣ୍ଟ(ଏଲ୍‌୧) ରେ ପହଂଚି ସୂର୍ଯ୍ୟର ବାହ୍ୟ ବାତାବରଣ ଅଧ୍ୟୟନ କରିବ ।

Related Articles

Back to top button
WP Twitter Auto Publish Powered By : XYZScripts.com