ବିଜ୍ଞାନ ଓ ପ୍ରଯୁକ୍ତି

ବିନା ସେଟ-ଟପ ବକ୍ସରେ ଦେଖିହେବ TV

ନୂଆଦିଲ୍ଲୀ, ୧୬/୦୨/୨୦୨୩ –    ଆଗାମୀ ଦିନରେ TV ଚ୍ୟାନେଲ ଦେଖିବା ପାଇଁ ଆଉ ସେଟ-ଟପ ବକ୍ସ କିଣିବାର ଆବଶ୍ୟକତା ପଡ଼ିବନି । ଗ୍ରାହକଙ୍କୁ ସେଟ-ଟପ ବକ୍ସରୁ ମୁକ୍ତି ଦେବା ପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଏକ ବଡ଼ ପଦକ୍ଷେପ ଗ୍ରହଣ କରାଯିବ । ଏହି ପ୍ଲାନ ଅନୁଯାୟୀ, ଟିଭିରେ ପୂର୍ବରୁ ଇନ-ବିଲ୍ଟ ସାଟେଲାଇଟ ଟ୍ୟୁନର ଲାଗି କରି ଆସିବ । ଏ ବାବଦରେ କେନ୍ଦ୍ରମନ୍ତ୍ରୀ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇଛନ୍ତି ।

ଅନୁରାଗ କହିଛନ୍ତି, ଏହି ଯୋଜନା ଲାଗୁହେଲେ ଗ୍ରାହକମାନେ ପାଖାପାଖି ୨୦୦ ଚ୍ୟାନେଲ ଫ୍ରି’ରେ ଦେଖିପାରିବେ । ତେବେ ସବୁଠାରୁ ବଡ଼ କଥା ହେଉଛି, ଏଥିପାଇଁ ସେମାନଙ୍କୁ କୌଣସି ପଇସା ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ । ଦୂରଦର୍ଶନ ଫ୍ରି ଡିଶରେ ସାମାନ୍ୟ ମନୋରଞ୍ଜନ ଚ୍ୟାନେଲ ସଂଖ୍ୟା ବୃଦ୍ଧି ପାଇବା କାରଣରୁ ୟୁଜର୍ସଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ଏହି ଯୋଜନା ନେଇ ବିଭାଗ ପକ୍ଷରୁ ପ୍ରୟାସ ଜାରି ରହିଛି । ଏହାଦ୍ୱାରା ଇନ-ବିଲ୍ଟ ଟ୍ୟୁନର ସହିତ ଟିଭିର ସେଲ୍ ବୃଦ୍ଧି ପାଇବ । ଦୂରଦର୍ଶନ ନିଜର ଚ୍ୟାନେଲଗୁଡ଼ିକୁ ଆନାଲଗ ଟ୍ରାନ୍ସମିଶନରୁ ଡିଜିଟାଲ ସାଟେଲାଇଟ ଟ୍ରାନ୍ସମିଶନକୁ ସ୍ୱିଚ କରୁଛି । ଏହି ବିଷୟରେ ବର୍ତ୍ତମାନ ସୁଦ୍ଧା କିଛି ଚୂଡ଼ାନ୍ତ ହୋଇନାହିଁ ।

ତେବେ ବଜାରରେ ଏହି ପ୍ରକାରର ପ୍ରଡକ୍ଟସ ନୂଆ ନୁହେଁ । ପୂର୍ବରୁ ସାମସଙ୍ଗ ଓ ଏୟାରଟେଲ ମିଶି ଏକ ଟିଭି ଲଞ୍ଚ କରିଥିଲେ । ସେଥିରେ ୟୁଜର୍ସଙ୍କୁ ସେଟ-ଟପ ବକ୍ସ ବ୍ୟବହାର କରିବାକୁ ପଡ଼ୁନଥିଲା । ସେଥିରେ ୟୁଜର୍ସ ସିଧାସଳଖ ଏୟାରଟେଲ ସର୍ଭିସକୁ ଆଣ୍ଟିନାରୁ ବ୍ୟବହାର କରିପାରୁଥିଲେ । ତେବେ କେନ୍ଦ୍ର ସରକାରଙ୍କ ଏହି ପ୍ଲାନରେ  ଆପଣମାନେ ସେଇ ଚ୍ୟାନେଲଗୁଡ଼ିକ ଦେଖିପାରିବେ ଯେଉଁଗୁଡ଼ିକ ଫ୍ରି ଟୁ ଏୟାର ହୋଇଥିବେ । କିନ୍ତୁ ଆପଣଙ୍କୁ ଏୟାରଟେଲ ବା ଅନ୍ୟ କିଛି ପ୍ରାଇଭେଟ DTH ସର୍ଭିସ ପ୍ରୋଭାଇଡରଙ୍କ ଚ୍ୟାନେଲ ଦେଖିବାର ସୁଯୋଗ ମିଳିବ ନାହିଁ ।

Related Articles

Back to top button
WP Twitter Auto Publish Powered By : XYZScripts.com