ବିଜ୍ଞାନ ଓ ପ୍ରଯୁକ୍ତି

ଆସନ୍ତାବର୍ଷ ଏଲନ ମସ୍କ ହେବେ ଆମେରିକାର ରାଷ୍ଟ୍ରପତି !

ଭୁବନେଶ୍ୱର, ୨୮/୧୨/୨୦୨୨-   ଆସନ୍ତାବର୍ଷ ଆମେରିକାର ରାଷ୍ଟ୍ରପତି ହେବେ ଏଲନ ମସ୍କ । ଏପରି ବୟାନ ଦେଇଛନ୍ତି ଋଷର ପୂର୍ବତନ ରାଷ୍ଟ୍ରପତି ଦିମିତ୍ରି ମେଦଭେଦେବ । ଆସନ୍ତାବର୍ଷ ଜର୍ମାନୀ ଓ ଫ୍ରାନ୍ସ ମଧ୍ୟରେ ଯୁଦ୍ଧ ହେବ ଏବଂ ଆମେରିକାରେ ଗୃହଯୁଦ୍ଧ ସଂଗଠିତ ହେବ । ଫଳରେ ଏଲନ ମସ୍କ ଆମେରିକାର ରାଷ୍ଟ୍ରପତି ହେବେ । ବର୍ତ୍ତମାନ ପୁଟିନଙ୍କ ସବୁଠାରୁ ପାଖଲୋକ ତଥା କ୍ଷମତାଶାଳୀ ବ୍ୟକ୍ତିତ୍ୱ ରହିଛନ୍ତି ମେଦଭେଦେବ । ସେ ୨୦୦୮ରୁ ୨୦୧୨ ଯାଏ ଋଷ ରାଷ୍ଟ୍ରପତି ଥିଲେ ।

ଋଷର ସାମରିକ ଶିଳ୍ପ ବିଭାଗ ବର୍ତ୍ତମାନ ମେଦଭେଦେବଙ୍କ ହାତରେ ରହିଛି । ସେହିପରି ୟୁରୋପୀୟ ୟୁନିଅନରେ ବ୍ରିଟେନ ପୁନର୍ବାର ଯୋଗ ଦେବ ଏବଂ ଏହା ପରେ ପରେ ୟୁନିଅନ ଭାଙ୍ଗିଯିବ ବୋଲି ମେଦଭେଦେବ କଳନା କରିଛନ୍ତି ।  ମେଦଭେଦେବଙ୍କ ଏହି ବୟାନ ପରେ ବେଶ୍ ଖୁସି ବ୍ୟକ୍ତ କରିଛନ୍ତି ଏଲନ ମସ୍କ ।

Related Articles

Back to top button
WP Twitter Auto Publish Powered By : XYZScripts.com