ବିଜ୍ଞାନ ଓ ପ୍ରଯୁକ୍ତି

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବି.ଜେ.ଡିର ପର୍ଯ୍ୟବେକ୍ଷକ

ଭୁବନେଶ୍ୱର, ୦୭/୦୪/୨୦୨୩ –  ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଶାସକ ବି.ଜେ.ଡି ନିଜର ଟିମ୍ ଗଠନ କରିଛି । ଏହି ନିର୍ବାଚନ ମଣ୍ଡଳୀର ୫ଟି ବ୍ଲକ ଓ ମ୍ୟୁନିସିପାଲିଟି ପାଇଁ ଦଳ ୧୨ ଜଣ ପର୍ଯ୍ୟବେକ୍ଷକଙ୍କୁ ଦାୟିତ୍ୱ ଦେଇଛି । କିରମିରା ପାଇଁ ଅତନୁ ସବ୍ୟସାଚୀ ନାୟକ ଏବଂ ଟୁକୁନି ସାହୁ , କୋଲାବିରା ପାଇଁ ନିରଞ୍ଜନ ପୂଜାରୀ ଏବଂ ସରୋଜ ମେହେର , ଝାରସୁଗୁଡ଼ା ବ୍ଲକ ପାଇଁ ପଦ୍ମନାଭ ବେହେରା ଏବଂ ଅରୁଣ ସାହୁ , ଲାଇକେରା ବ୍ଲକ ପାଇଁ ପ୍ରତାପ କେଶରୀ ଦେବ ଏବଂ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଓ ଝାରସୁଗୁଡ଼ା ମ୍ୟୁନିସିପାଲିଟି ପାଇଁ ପ୍ରତାପ ଜେନା, ପୁଷ୍ପେନ୍ଦ୍ର ସିଂହଦେଓ, ସ୍ନେହାଙ୍ଗିନୀ ଛୁରିଆ ଏବଂ ରୀତା ସାହୁଙ୍କୁ ଦାୟିତ୍ୱ ମିଳିଛି । ଏ ନେଇ ଦଳ ତରଫରୁ ଏକ ନୋଟିସ୍ ଜାରି କରାଯାଇଛି ।

BJD Observer for Jharsuguda by-poll

ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ପରେ ଏହି ଆସନଟି ଖାଲି ପଡ଼ିଥିଲା । ଏହି ଆସନ ପାଇଁ ବି.ଜେ.ଡି ନବଙ୍କ ଝିଅ ଦିପାଳୀ ଦାସଙ୍କୁ ପ୍ରାର୍ଥୀ କରିଛି । ଅନ୍ୟପକ୍ଷରେ ବିରୋଧୀ ବି.ଜେ.ପି ଓ କଂଗ୍ରେସ ବର୍ତ୍ତମାନ ସୁଦ୍ଧା ସେମାନଙ୍କର ପ୍ରାର୍ଥୀଙ୍କ ନାମ ଘୋଷଣା କରିନାହାନ୍ତି । ମେ ୧୦ରେ ଝାରସୁଗୁଡ଼ା ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ ।

Related Articles

Back to top button
WP Twitter Auto Publish Powered By : XYZScripts.com