ବିଜ୍ଞାନ ଓ ପ୍ରଯୁକ୍ତି

ଓଡ଼ିଶା ଆସିବ ୧ଲକ୍ଷ କୋଭିସିଲଡ୍ ଟିକା

ଭୁବନେଶ୍ୱର, ୧୭/୦୧/୨୦୨୩ –    ରାଜ୍ୟରେ ଗୁରୁବାରଠାରୁ ପୁଣି କରୋନା ଟିକାକରଣ ଆରମ୍ଭ ହେବ । ଏଥିପାଇଁ ମଙ୍ଗଳବାର ୧ଲକ୍ଷ କୋଭିସିଲଡ୍ ଟିକା ଓଡ଼ିଶାକୁ ଆସିବ । ଏହି ଟୀକା ଆସିବା ପରେ ସମସ୍ତ ଜିଲ୍ଲାକୁ ଭାଗ କରି ଦିଆଯିବ । ଏହାସହ DHH, SDH, CHC ଓ PHCରେ ଟିକା ପ୍ରଦାନ କରାଯିବ ।

ଯେଉଁମାନଙ୍କର ୨ୟ ଓ ପ୍ରିକସନ ଡୋଜ ସମୟ ହୋଇଛି, ସେମାନେ ଟିକା ନେଇପାରିବେ । ଏନେଇ ଟ୍ୱିଟ୍ ଜରିଆରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜାତୀୟ ଭ୍ୟାକ୍ସିନେସନ ପ୍ରୋଗ୍ରାମରେ ଟିକା ଦିଆଯିବ । ସମ୍ଭାବ୍ୟ ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତଙ୍କୁ ଟିକା ନେବାକୁ ଅନୁରୋଧ କରାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com