ବିଜ୍ଞାନ ଓ ପ୍ରଯୁକ୍ତି

ନିଲାମରେ ଦିଆଯିବ ଭୁବନେଶ୍ୱର ବିମାନ ବନ୍ଦର

ଭୁବନେଶ୍ୱର, ୧୯/୧୨/୨୦୨୨-   ନିଲାମରେ ଦିଆଯିବ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦର । ଖାଲି ଭୁବନେଶ୍ୱର ବିମାନ ବନ୍ଦର ନୁହେଁ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ ଦ୍ୱାରା ପରିଚାଳିତ ୨୫ଟି ବିମାନବନ୍ଦରକୁ ଲିଜ୍ ଦିଆଯିବ । ୨୦୨୫ ସୁଦ୍ଧା ପର୍ଯ୍ୟାୟକ୍ରମେ ଘରୋଇ କମ୍ପାନୀକୁ ଲିଜ୍ ଦେବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଏନେଇ କେନ୍ଦ୍ର ବେସାମରିକ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଜେନେରାଲ ଭି.କେ. ସିଂ ସୋମବାର ରାଜ୍ୟସଭାରେ ସୂଚନା ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ଜାତୀୟ ମନିଟାଇଜେସନ ପାଇପଲାଇନ୍‌ ଅନୁସାରେ ଏହି ସମସ୍ତ ବିମାନ ବନ୍ଦର ଗୁଡ଼ିକୁ ଲିଜ୍ ସୂତ୍ରରେ ଦିଆଯିବ । ବର୍ତ୍ତମାନ ଦେଶର ୮ଟି ବିମାନବନ୍ଦରକୁ ଘରୋଇ କମ୍ପାନୀ ଗୁଡ଼ିକୁ ପରିଚାଳନା କରିବା ପାଇଁ ଲିଜ୍ ଆକାରରେ ଦିଆଯାଇଛି ।

ସେଗୁଡ଼ିକ ହେଉଛନ୍ତି- ଦିଲ୍ଲୀର ଇନ୍ଦିରାଗାନ୍ଧୀ ଏୟାରପୋର୍ଟ, ଲକ୍ଷ୍ନୌର ଚୌଧିୁରୀ ଚରଣ ସିଂ ଏୟାରପୋର୍ଟ, ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଏୟାରପୋର୍ଟ, ତିରୁଅନନ୍ତପୁରମ ଏୟାରପୋର୍ଟ, ଜୟପୁର ଏୟାରପୋର୍ଟ, ଅହମଦାବାଦର ସର୍ଦ୍ଦାର ବଲ୍ଲଭ ଭାଇ ଏୟାରପୋର୍ଟ, ମାଙ୍ଗାଲୁରୁ ଏୟାରପୋର୍ଟ ଏବଂ ଗୌହାଟୀର ଗୋପୀନାଥ ବର୍ଦ୍ଦୋଲୋଇ ଏୟାରପୋର୍ଟ । ବେସରକାରୀ କ୍ଷେତ୍ରର ଦକ୍ଷତା ଏବଂ ବିନିଯୋଗକୁ ବ୍ୟବହାର କରି  ଉତ୍ତମ ପରିଚାଳନା ପାଇଁ ବିମାନବନ୍ଦରଗୁଡିକ ଜନସାଧାରଣଙ୍କ ସ୍ୱାର୍ଥରେ ଲିଜ୍ ଯାଉଥିବା ମନ୍ତ୍ରୀ କହିଛନ୍ତି ।

 

Related Articles

Back to top button
WP Twitter Auto Publish Powered By : XYZScripts.com