ବିଜ୍ଞାନ ଓ ପ୍ରଯୁକ୍ତି

ଆଜିଠାରୁ CBSE ଦଶମ ଓ ଦ୍ୱାଦଶ ଥିଓରୀ ପରୀକ୍ଷା

ଭୁବନେଶ୍ୱର, ୧୫/୦୨/୨୦୨୩ –   ବୁଧବାରଠାରୁ CBSE ଦଶମ ଓ ଦ୍ୱାଦଶ ଥିଓରୀ ପରୀକ୍ଷା ଆରମ୍ଭ ହେଉଥିବାରୁ ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି । ଏଥିପାଇଁ ୯ଟାରୁ ୧୦ଟା ମଧ୍ୟରେ ପରୀକ୍ଷାର୍ଥୀମାନେ ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିଥିଲେ । ଉଭୟ ଶ୍ରେଣୀର ପରୀକ୍ଷା ଦିନ ୧୦ଟାରୁ ଆରମ୍ଭ ହୋଇଛି । ପରୀକ୍ଷା କେନ୍ଦ୍ରକୁ ମୋବାଇଲ ଫୋନ୍ ନେବାକୁ ବାରଣ କରାଯାଇଛି ।

ଦେଶର ପାଖାପାଖି ୧୭ ଲକ୍ଷ ଦ୍ୱାଦଶ ଓ ୨୨ ଲକ୍ଷ ଦଶମ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ନାମ ପଞ୍ଜିକରଣ କରିଛନ୍ତି । ଏଥିମଧ୍ୟରେ ଓଡ଼ିଶାର ପ୍ରାୟ ୪୪ ହଜାର ପରୀକ୍ଷାର୍ଥୀ ରହିଛନ୍ତି । ସେହିପରି ଦ୍ୱାଦଶ ଶ୍ରେଣୀ ପାଇଁ ୧୮ ହଜାର ପିଲା ପରୀକ୍ଷା ଦେବେ ।

Related Articles

Back to top button
WP Twitter Auto Publish Powered By : XYZScripts.com