ବିଜ୍ଞାନ ଓ ପ୍ରଯୁକ୍ତି

ଭୁବନେଶ୍ୱରରେ ୭ ଟି ସ୍ଥାନରେ ଖୋଲିବ ବାଣ ଦୋକାନ

ଭୁବନେଶ୍ୱର, ୧୫ /୧୦/୨୦୨୨-    ଦୀପାବଳୀ ପାଇଁ ବାଣ ଦୋକାନ ଖୋଲିବାକୁ ଅନୁମତି ମିଳିଲା । ଭୁବନେଶ୍ୱରର ୭ ଟି ସ୍ଥାନରେ ଏହି ବାଣ ବିକ୍ରି କରାଯିବ । ବଡଗଡର ଦୁଇଟି ସ୍ଥାନ ସମେତ ଗାଡକଣ, ଲକ୍ଷ୍ମୀ ସାଗର , ସହିଦ ନଗର , ପାଣ୍ଡରା, ବାପୁଜୀ ନଗର , ବମିଖାଲ ଆଦି ସ୍ଥାନରେ ବାଣ ଦୋକାନ ଖୋଲିବାକୁ ପ୍ରଶାସନ ଅନୁମତି ଦେଇଛି । ତେବେ ବାଣ ଦୋକାନ ଖୋଲୁଥିବା ବ୍ୟବସାୟୀମାନେ ଅଗ୍ନି ପ୍ରତିରୋଧ ନେଇ ସମସ୍ତ ବ୍ୟବସ୍ଥା ଗ୍ରହଣ କରିବାକୁ କଡା ଆଦେଶ ଦିଆଯାଇଛି । ସବୁ ସ୍ଥାନରେ ନିୟମ ଅନୁଯାୟୀ ଦୋକାନ ଖୋଲାଯାଇଛି କି ନାହିଁ ପ୍ରଶାସନ ନିୟମିତ ଭାବେ ତାର ଯାଞ୍ଚ କରିବ ।

Related Articles

Back to top button
WP Twitter Auto Publish Powered By : XYZScripts.com