ବିଜ୍ଞାନ ଓ ପ୍ରଯୁକ୍ତି

ସୁପ୍ରିମକୋର୍ଟରେ ନିଯୁକ୍ତି ପାଇଲେ ୫ ନୂଆ ବିଚାରପତି

ନୂଆଦିଲ୍ଲୀ, ୦୬/୦୨/୨୦୨୩ –   ସୋମବାର ସୁପ୍ରିମକୋର୍ଟରେ ୫ ନୂଆ ବିଚାରପତିଙ୍କୁ ଶପଥ ପାଠ କରାଇଛନ୍ତି  ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ । ଦୁଇ ଦିନ ପୂର୍ବେ କେନ୍ଦ୍ର ସରକାର ସେମାନଙ୍କୁ ନିଯୁକ୍ତି ଦେଇଥିଲେ । ଏହି ନିଯୁକ୍ତି ସହିତ ସୁପ୍ରିମକୋର୍ଟରେ ଅନୁମୋଦିତ ୩୪ ଜଣ ବିଚାରପତି ପଦ ମଧ୍ୟରୁ ଏବେ ୩୨ଟି ପୂରଣ ହୋଇଛି ।  ୫ଜଣ ନବ ବିଚାରପତିଙ୍କୁ ଆଜି ଭାରତର  ।

ଆଜି ଶପଥ ଗ୍ରହଣ କରିଥିବା ନୂଆ ବିଚାରପତିମାନେ ହେଲେ, ପି. ଭି. ସଞ୍ଜୟ କୁମାର, ଜଷ୍ଟିସ୍‌ ପଙ୍କଜ ମିଥଲ୍‌, ଜଷ୍ଟିସ୍‌  ଜଷ୍ଟିସ୍‌ ଅସାନୁଦ୍ଦୀନ ଅମନୁଲ୍ଲା, ଜଷ୍ଟିସ୍‌ ମନୋଜ ମିଶ୍ର ଏବଂ ଜଷ୍ଟିସ୍‌ ସଞ୍ଜୟ କରୋଲ୍‌ । ଗତବର୍ଷ ଡିସେମ୍ବର ମାସରେ ସୁପ୍ରିମ୍‌କୋର୍ଟର କଲିଜିୟମ୍‌ ଏହି ବିଚାରପତିମାନଙ୍କ ନାମ ସୁପାରିସ କରି କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇଥିଲେ। ଏଥିପାଇଁ ଆଇନ ଓ ନ୍ୟାୟ ମନ୍ତ୍ରାଳୟ ଶନିବାର ଦିନ ବିଜ୍ଞପ୍ତି ଜାରି କରିଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com