Breaking NewsFeaturedଅନ୍ତର୍ଜାତୀୟଜାତୀୟବାଣିଜ୍ୟବିଜ୍ଞାନ ଓ ପ୍ରଯୁକ୍ତି

ଖୁବଶୀଘ୍ର ଟାଟା ଆଣିବ ମେଡ ଇନ ଇଣ୍ଡିଆ ଆଇଫୋନ

ଚୀନକୁ ଦେବ କଡ଼ା ଟକ୍କର

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ସ୍ମାର୍ଟଫୋନ ଜଗତରେ ଏଣ୍ଟ୍ରି କରିପାରେ ଟାଟା । ଭାରତରେ ଟାଟା ଲଞ୍ଚ କରିବ ଆଇଫୋନ । ଏଣିକି ବଜାରରେ ମେଡ ଇନ ଇଣ୍ଡିଆ ଆଇଫୋନ ଉପଲବ୍ଧ ହେବ । ଏନେଇ ଆପଲ ସହ ଟାଟା ଗ୍ରୁପର କଥାବାର୍ତ୍ତା ଜାରି ରହିଛି । ଖୁବଶୀଘ୍ର ଉଭୟ କମ୍ପାନୀ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷର ହୋଇପାରେ । ଯଦି ଏହି ଡିଲ ସ୍ୱାକ୍ଷର ହେଉଛି ତେବେ ଟାଟା ଗ୍ରୁପ ଆଇଫୋନ ତିଆରି କରିବାରେ ଦେଶର ପ୍ରଥମ କମ୍ପାନୀ ହୋଇଯିବ ।

ଆଇଫୋନ ତିଆରି କରୁଥିବା କମ୍ପାନୀ ଭିଷ୍ଟ୍ରନର ପ୍ଲାଣ୍ଟ କର୍ଣ୍ଣାଟକରେ ରହିଛି । ଡିଲ ହେବା ପରେ ଟାଟା ଏହି ପ୍ଲାଣ୍ଟକୁ ଅଧିଗ୍ରହଣ କରିପାରେ । ଯଦି ଦେଖିବା ତାଇବାନିଜ କମ୍ପାନୀ ଭିଷ୍ଟ୍ରାନ ଚୁକ୍ତିଭିତ୍ତିରେ ଇଲେକ୍ଟ୍ରୋନିକ ସାମଗ୍ରୀ ଉତ୍ପାଦନ କରିଥାଏ । କମ୍ପାନୀ କର୍ଣ୍ଣାଟକ ପ୍ଲାଣ୍ଟରୁ ଚଳିତ ବର୍ଷ ୧.୮ ବିଲିୟନ ଡଲାରର ଆଇଫୋନ ଟାର୍ଗେଟ ରଖିଛି । ଏହି ଟାର୍ଗେଟ ପୂରଣ କଲେ ସରକାରୀ ପ୍ରୋତ୍ସାହନ ମଧ୍ୟ ମିଳିବ । ସେହିପରି କମ୍ପାନୀ ଏହାର ୱାର୍କଫୋର୍ସକୁ ମଧ୍ୟ ଆସନ୍ତା ବର୍ଷ ସୁଦ୍ଧା ତିନି ଗୁଣା ବଢେଇବାକୁ ଧ୍ୟାନ ଦେଉଛି । ତେବେ ଟାଟା, ଭିଷ୍ଟ୍ରନ ଏବଂ ଆପଲ ତରଫରୁ ଡିଲ ନେଇ କିଛି କୁହାଯାଇନାହିଁ । ହେଲେ ଯାହା ସୂଚନା ରହିଛି ଏନେଇ ଟାଟା ଏବଂ ଭିଷ୍ଟ୍ରନ ମଧ୍ୟରେ କଥାବାର୍ତ୍ତା ଜାରି ରହିଛି । ଅଗଷ୍ଟରେ ଏହି ଡିଲ ଚୂଡାନ୍ତ ହୋଇପାରେ । ତେବେ ଟାଟା ଗ୍ରୁପ ଆଇଫୋନ ନିର୍ମାଣ କଲେ ଭାରତୀୟ ବଜାରରେ ଏହାର ମୂଲ୍ୟ କମ ହେବା ସମ୍ଭାବନା ରହିଛି । ସେହିପରି ଚଳିତବର୍ଷ ଆଇଫୋନର ୧୫ ତମ ସିରିଜ ଲଞ୍ଚ କରିବାକୁ ଯାଉଛି । ଅଇପୋନ ୧୫ ଓ ୧୫ ପ୍ଲସର ୫ ପ୍ରତିଶତ ଫୋନ ଟାଟା ନିର୍ମାଣ କରିବ ବୋଲି ଜଣାପଡିଛି ।

Tata set to be first Indian firm to manufacture iPhones in India

ଯଦି ଟାଟା ଭାରତରେ ଆଇଫୋନ ତିଆରି କରେ ତେବେ ଏହା ଚୀନକୁ କଡା ଟକ୍କର ଦେବ । କାରଣ ସରକାର ବିଦେଶୀ କମ୍ପାନିଙ୍କୁ ଭାରତରେ ନିଜ ଉତ୍ପାଦନ ଏବଂ ୱାର୍କଫୋର୍ସକୁ ବଢାଇବା ପାଇଁ ପ୍ରୋତ୍ସାହନ ଦେଉଛି । କରୋନା ପରଠାରୁ ଯୋଗାଣରେ ଅସୁବିଧା ଓ ଆମେରିକା ଏବଂ ଚୀନ ମଧ୍ୟରେ ବଢୁଥିବା ଉତ୍ତେଜନା ଫଳରେ ବିଦେଶୀ କମ୍ପାନୀ ଭାରତରେ ନିବେଶ କରିବା ପାଇଁ ଆଗକୁ ଆସୁଛନ୍ତି । ଟାଟାଗ୍ରୁପ ନିକଟରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ଜଗତରେ ଏଣ୍ଟ୍ରି କରିଛି । ସେହିପରି ତାମିଲନାଡୁରେ କମ୍ପାନୀର ଫ୍ୟାକ୍ଟ୍ରିରେ ଆଇଫୋନ ପାଇଁ ମେଟାଲ ବ୍ୟାକ ତିଆରି କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com