ବିଜ୍ଞାନ ଓ ପ୍ରଯୁକ୍ତି

ସୋସିଆଲ ମିଡିଆ ପାଇଁ ସରକାରଙ୍କ ନୂଆ ପଦକ୍ଷେପ

୩ ମାସ ମଧ୍ୟରେ ସରକାର ନିଯୁକ୍ତ କରିବେ ଆପେଲେଟ୍ କମିଟି

ନୂଆଦିଲ୍ଲୀ, ୨୯/୧୦/୨୦୨୨ –  ସୋସିଆଲ ମିଡିଆକୁ ନେଇ କଡା ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଆସନ୍ତା ୩ ମାସ ମଧ୍ୟରେ ସରକାର ନିଯୁକ୍ତ କରିବେ ଆପେଲେଟ କମିଟି । ଏହି କମିଟିରେ ଫେସବୁକ, ଟ୍ୱିଟର ତଥା ଅନ୍ୟ ସୋସିଆଲ ମିଡିଆର କଣ୍ଟେଣ୍ଟ ପ୍ରସଙ୍ଗରେ ଅଭିଯୋଗ କରାଯିବ । ଏନେଇ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।

ଏହି ନିୟମ ଅନୁସାରେ ଯଦି କୌଣସି ବ୍ୟକ୍ତି ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା କୌଣସି କଣ୍ଟେଣ୍ଟ ବାବଦରେ ଅସନ୍ତୁଷ୍ଟ ରୁହନ୍ତି, ତେବେ ସେ ଏହି ପ୍ୟାନେଲ ନିକଟରେ ଅଭିଯୋଗ କରିପାରିବେ । ଗ୍ରିଭାନ୍ସ ଆପେଲେଟ କମିଟି ଅଭିଯୋଗର ଶୁଣାଣି କରି ତାଙ୍କର ନିଷ୍ପତ୍ତି ୱେବସାଇଟରେ ଅପଲୋଡ କରିବ । ୬ଟି କ୍ଷେତ୍ରକୁ ଭିତ୍ତି କରି ସୋସିଆଲ ମିଡିଆ ସମ୍ପର୍କରେ ଅଭିଯୋଗ କରାଯାଇପାରିବ ।

ପ୍ରଥମରେ ରହିଛି, ପ୍ରାଇଭାସି, ଅଶ୍ଳୀଳ, ଯୌନତା, ଯୌନମାନସିକତା, ଲିଙ୍ଗ, ବର୍ଣ୍ଣ, ଜାତିକୁ ଆକ୍ଷେପ କରିବା । ଦ୍ୱିତୀୟରେ ରହିଛି ଶିଶୁଙ୍କ ଲାଗି କ୍ଷତିକାରକ ପ୍ରସଙ୍ଗ । ତୃତୀୟରେ ମେସେଜର ଉତ୍ପତ୍ତି ସମ୍ପର୍କରେ ଭୁଲ୍ ତଥ୍ୟ ଦେବା ସହ ଜାଣିଶୁଣି ସୂଚନାକୁ ପ୍ରସାର କରିବା । ଚତୁର୍ଥରେ ଅନ୍ୟ ଜଣେ ବ୍ୟକ୍ତିଙ୍କ ମିଛ ପରିଚୟ ଦେଇ ସୋସିଆଲ ମିଡିଆ ବ୍ୟବହାର କରିବା । ପଞ୍ଚମରେ ଦେଶର ଏକତା, ସଂହତି, , ନିରାପତ୍ତା ପ୍ରତି ବିପଦ ସୃଷ୍ଟି କରୁଥିବା ପ୍ରସଙ୍ଗ ତଥା ଅନ୍ୟ ଦେଶ ପ୍ରତି ଆକ୍ଷେପ କରିବା ଏବଂ ଷଷ୍ଠରେ ରହିଛି କମ୍ପ୍ୟୁଟର ପ୍ରତି କ୍ଷତି ପହଞ୍ଚାଉଥିବା ସଫ୍ଟଓ୍ବେର ଭାଇରସ, କମ୍ପ୍ୟୁଟର କୋଡ, ଫାଇଲ ବା ପ୍ରୋଗ୍ରାମର ପ୍ରସାରଣ କରିବା ଭଳି ପ୍ରସଙ୍ଗ।

ସୂଚନା ପ୍ରଯୁକ୍ତି ସଂଶୋଧନ ନିୟମାବଳୀ-୨୦୨୨ ଅନୁସାରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ନୂଆ ନିୟମ ଅନୁସାରେ, କୌଣସି ଅଭିଯୋଗକୁ କମ୍ପାନିର ଗ୍ରିଭାନ୍ସ ଅଫିସର ୨୪ ଘଣ୍ଟା ମଧ୍ୟରେ ଗ୍ରହଣ କରି ୧୫ ଦିନ ମଧ୍ୟରେ ଅଭିଯୋଗର ସମାଧାନ କରିବେ ।

 

Related Articles

Back to top button
WP Twitter Auto Publish Powered By : XYZScripts.com