କୋଲକାତା : ପଶ୍ଚିମବଙ୍ଗର ବୀରଭୂମର ରାମପୁରହାଟରେ ହିଂସା ଏବଂ ଅଗ୍ନିକାଣ୍ଡରେ ୮ ଜୀବନ୍ତ ଜଳିଯିବା ଘଟଣାକୁ ଗମ୍ଭୀରତାର ସହ ନେଇଛନ୍ତି କୋଲକାତା ହାଇକୋର୍ଟ। ଉଚ୍ଚ ନ୍ୟାୟାଳୟ ୨୪ ଘଣ୍ଟା ଭିତରେ ଘଟଣାର ରିପୋର୍ଟ ଦେବାକୁ ମମତା ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ରାଜ୍ୟ ସରକାରଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି ଯେ, ଘଟଣାସ୍ଥଳରେ ପ୍ରମାଣ ଯେମିତି ନଷ୍ଟ ହୁଏ। ଏହି ଲୋମଟାଙ୍କୁରା ଘଟଣାରେ ୮ ଜଣଙ୍କ ମୃତ୍ୟୁ ଘଟିଥିଲା।
ବୀରଭୂମ ସିଂହା ମାମଲାରେ ବୁଧବାର ଏକ ଜନସ୍ଵାର୍ଥ ମାମଲାର ଶୁଣାଣି ସମୟରେ କୋଲକାତା ହାଇକୋର୍ଟ ରାମପୁରହାଟ ଅଞ୍ଚଳରେ ସିସିଟିଭି କ୍ୟାମେରା ଲଗାଇବାକୁ ଆଦେଶ ଦେଇଛନ୍ତି। କୋର୍ଟ ଏହା ମଧ୍ୟ କହିଛନ୍ତି, ଦିଲ୍ଲୀରେ କେନ୍ଦ୍ରୀୟ ଫରେନସିକ୍ ବିଜ୍ଞାନ ପ୍ରୟୋଗଶାଳାର ଏକ ଟିମକୁ ଅଗ୍ନିକାଣ୍ଡ ଘଟଣାର ନମୂନା ସଂଗ୍ରହ କରିବାକୁ ଘଟଣାସ୍ଥଳକୁ ପଠାଯିବ।
ହାଇକୋର୍ଟ ପ୍ରମାଣ ଯେମିତି ନଷ୍ଟ ହୁଏ ସେ ଦିଗ ପ୍ରତି ଦୃଷ୍ଟି ଦେବାକୁ ରାଜ୍ୟ ସରକାରଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲା ଅଦାଲତ ଏବଂ ରାଜ୍ୟର ଡିଜିପିଙ୍କୁ ପ୍ରତି ଗାଁ ଲୋକ, ପ୍ରତ୍ୟକ୍ଷଦର୍ଶୀ ଏବଂ ପ୍ରମାଣର ସୁରକ୍ଷା ସୁନିଶ୍ଚିତ କରିବାକୁ ପଡିବ। ଯଦି କୌଣସି ମୃତଦେହର ବ୍ୟବଚ୍ଛେଦ ହୋଇ ନାହିଁ ତେବେ ତାହା ଭିଡିଓଗ୍ରାଫି କରିବାକୁ ପଡିବ ବୋଲି କୋର୍ଟ କହିଛନ୍ତି। ଏହା ପୂର୍ବରୁ ଶୁଣାଣି ସମୟରେ ସିବିଆଇ ଏହି କେସ୍ର ତଦନ୍ତଭାର ନେବାକୁ ପ୍ରସ୍ତୁତ ବୋଲି କହିଥିଲା। ନ୍ୟାସନାଲ ଏଜେନ୍ସି କୋର୍ଟରେ କହିଛନ୍ତି ଯଦି ଉଚ୍ଚ ନ୍ୟାୟାଳୟ ଆଦେଶ ଦିଅନ୍ତି ତେବେ ସେ ଏହି ମାମଲା ଯାଞ୍ଚ କରି ପାରିବ।
Back to top button