ବିଜ୍ଞାନ ଓ ପ୍ରଯୁକ୍ତି

ହକି ବିଶ୍ଵକପ ପୂର୍ବରୁ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ ଗୁଡ଼ିକର ଲୋକାର୍ପଣ ମୁଖ୍ୟମନ୍ତ୍ରୀ କରିବେ

ଭୁବନେଶ୍ୱର, ୨୪/୧୨/୨୦୨୨-   ରାଜ୍ୟରେ ନିର୍ମାଣାଧୀନ ୮୯ଟି ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ ଗୁଡ଼ିକୁ ମୁଖ୍ୟମନ୍ତ୍ରୀ ହକି ବିଶ୍ଵକପ ପୂର୍ବରୁ ଲୋକାର୍ପଣ କରିବେ । ଏନେଇ ରାଜ୍ୟ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା ସୂଚନା ଦେଇଛନ୍ତି । ୧୮ ମାସରେ ମଧ୍ୟରେ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଥବା ବେଳେ, ନିର୍ଦ୍ଧାରିତ ସମୟ ପୂର୍ବରୁ କାମ ସରିଛି । ଏଥିପାଇଁ ପାଖାପାଖି ୭୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି ।

ଏହି ଷ୍ଟାଡିୟମରେ ବ୍ୟାଡମିଣ୍ଟନ, ଟେବୁଲ ଟେନିସ୍, ଜିମ୍ନାସିୟମ ଭଳି ବିଭିନ୍ନ ଖେଳର ସୁବିଧା ଉପଲବ୍ଧ ହେବ । ସରକାରଙ୍କ ୫ଟି ଅଧିନରେ ନିର୍ମାଣ ହେଉଥିବା ଏହି ବହୁମୁଖୀ ଷ୍ଟାଡିୟମଗୁଡ଼ିକରେ ବିପର୍ଯ୍ୟୟ ବେଳେ ଲୋକଙ୍କୁ ଥଇଥାନ କରାଯାଇ ପାରିବ । ପ୍ରତି ମ୍ୟୁନିସିପାଲିଟିରେ ୧୦୦ ଶଯ୍ୟା ଓ ପ୍ରତି ଏନଏସିରେ ୫୦ ଶଯ୍ୟା ବିଶିଷ୍ଟ ଅସ୍ଥାୟୀ ଡାକ୍ତରଖାନାରେ ଏହି ଷ୍ଟାଡିୟମ ଗୁଡ଼ିକୁ ପରିଣତ ହୋଇପାରିବ ।

ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ଖେଳାଳିଙ୍କ ସଫଳତା ପରେ ଓଡ଼ିଶାରେ ଅଲିମ୍ପିଆନ୍ ସୃଷ୍ଟି କରିବା ଲକ୍ଷ୍ୟରେ ୨୦୨୧ ଅଗଷ୍ଟ ମାସରେ ସବୁ ସହରାଞ୍ଚଳରେ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ ।

 

Related Articles

Back to top button
WP Twitter Auto Publish Powered By : XYZScripts.com