ବିଜ୍ଞାନ ଓ ପ୍ରଯୁକ୍ତି

ଆଜି ଠାରୁ ଆରମ୍ଭ ଗୋପାଳପୁର ବେଳାଭୂମି ମହୋତ୍ସବ

ଭୁବନେଶ୍ୱର, ୨୪/୧୨/୨୦୨୨-   ଶନିବାର ଠାରୁ ଆରମ୍ଭ ହେବ ଗୋପାଳପୁର ବେଳାଭୂମି ମହୋତ୍ସବ । ପ୍ରଥମ ସନ୍ଧ୍ୟାରେ ରାଜ୍ୟ ବିଧାନସଭା ବାଚସ୍ପତି ବିକ୍ରମ କେଶରୀ ଆରୁଖ ମୁଖ୍ୟ ଅତିଥି ଭାବେ ମହୋତ୍ସବକୁ ଉଦଘାଟନ କରିବେ । ସେହିପରି ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ , ଦିଗପହଣ୍ଡି ବିଧାୟକ ସୂର୍ଯ୍ୟନାରାୟଣ ପାତ୍ର ଯୋଗ ଦେବେ ।

କରୋନାର ଦୁଇ ବର୍ଷ ପରେ ମହୋତ୍ସବ ଆୟୋଜନ ହୋଇଥିବାରୁ ପ୍ରବଳ ଭିଡ଼ ଜମିବ । ଭିଡ଼ ନିୟନ୍ତ୍ରଣ ପାଇଁ ୪୦ଟି ସିସିଟିଭି କ୍ୟାମେରା ସହ ମେଳା ମଝିରେ ଓ୍ୱାଚ୍ ଟାଓ୍ୱାର ରହିବ । ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ୧୨ ପ୍ଲାଟୁନ୍ ଫୋର୍ସ ସହ ବରିଷ୍ଠ ପୁଲିସ୍ ଅଧିକାରୀ ମୁତୟନ ରହିବେ ବୋଲି ବ୍ରହ୍ମପୁର S.P କହିଛନ୍ତି । ଚଳିତ ଥର ୨୫୦ଟି ଷ୍ଟଲ ଖୋଲିବା ସହ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ସାଂସ୍କୃତିକ ଦଳ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ତେବେ କରୋନାର ସତର୍କତା ନେଇ ନିର୍ଦ୍ଦେଶ ଆସିବା ପରେ ମହୋତ୍ସବ ପାଳନ ନେଇ ଆଶଙ୍କା ଦେଖାଦେଇଛି ।

ଶନିବାର ସନ୍ଧ୍ୟାରୁ ପାଞ୍ଚ ଦିନ କାଳ ସମୁଦ୍ର ତଟ ମଞ୍ଚ ଉପରେ ପରିବେଷିତ ହେବ ରାଜ୍ୟ ଓ ରାଜ୍ୟ ବାହାରର ଲୋକ କଳା ସମେତ ସ୍ଥାନୀୟ ସ୍ତରରୁ ଆରମ୍ଭ କରି ଓଲିଉଡ୍ ଏବଂ ବଲିଉଡ୍ କଳାକାରଙ୍କ ନୃତ୍ୟ ଓ ସଙ୍ଗୀତ ସାଂସ୍କୃତିକ ତଥା ମନୋରଞ୍ଜନ କାର୍ଯ୍ୟକ୍ରମ । ବିଭିନ୍ନ ସ୍ଥାନରୁ ଆସିଥିବା ବ୍ୟବସାୟୀଙ୍କ ଭଳିକି ଭଳି ସାମଗ୍ରୀର ପସରା ମେଲିବ । ଏଥିସହ ମିଶନ୍ ଶକ୍ତି ପଲ୍ଲୀଶ୍ରୀ ମେଳାରେ ପ୍ରଦର୍ଶିତ ହେବ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ଷ୍ଟଲ । ନିଜ ଦ୍ବାରା ଉତ୍ପାଦିତ ହସ୍ତତନ୍ତ ଓ ଅନ୍ୟ ସାମଗ୍ରୀ ବିକ୍ରିବଟାର ଭଲ ସୁଯୋଗ ପାଇବେ ମହିଳା ଏସ୍ଏଚଜି ।

ଜିଲ୍ଲା ପ୍ରଶାସନ ଏଥର ସ୍ଥାନୀୟ ସାଂସ୍କୃତିକ ଦଳ ଓ ଲୋକକଳା ଗୋଷ୍ଠୀଙ୍କୁ ଗୁରୁତ୍ବ ଦେଇଛି। ଗଞ୍ଜାମ ଜିଲ୍ଲାର ସ୍ଥାନୀୟ କଳାକାରଙ୍କ ନୃତ୍ୟ ସାଙ୍ଗକୁ ସୁନ୍ଦରଗଡ଼ ଜିଲ୍ଲାର ଆଦିବାସୀ କନ୍ଧ ନୃତ୍ୟ, ଓଡ଼ିଶୀ ଓ ସମ୍ବଲପୁରୀ ନୃତ୍ୟ ସହ କେରଳର କଥକଲି ନୃତ୍ୟ ଦର୍ଶକଙ୍କୁ ଆୟୋଜିତ କରିବେ। ପୁଣି ଓଲିଉଡ୍ ଷ୍ଟାର୍ ମଣ୍ଟୁ ଛୁରୀୟା, ଦୀପ୍ତିରେଖା ପାଢ଼ୀ, ଅନନ୍ୟା ଶ୍ରୀତମ ନନ୍ଦ, ହାସ୍ୟ ଅଭିନେତା ପ୍ରଜ୍ଞା ଓ ଶଙ୍କରଙ୍କ କାର୍ଯ୍ୟକ୍ରମ ପ୍ରଥମ ସନ୍ଧ୍ୟାରେ ରହିଛି ।

ମହୋତ୍ସବ ଦୃଷ୍ଟିରୁ ବ୍ରହ୍ମପୁର- ଗୋପାଳପୁର ମୁଖ୍ୟ ରାସ୍ତାରେ ଉଜ୍ଜ୍ବଳ ଆଲୋକ ବ୍ୟବସ୍ଥା କରାଯାଇଛି । ବେଳାଭୂମି ମହୋତ୍ସବ ସ୍ଥଳରେ ତୋରଣ ଓ ସୈାରଶକ୍ତି ଚାଳିତ ଆଲୋକ ବ୍ୟବସ୍ଥା କରାଯାଇଛି । ମହୋତ୍ସବରେ ମୁତୟନ ରହିବେ ୧୨ ପ୍ଲାଟୁନ୍ ଫୋର୍ସ, ୫ ଡିଏସ୍‌ପି , ୨ ଏଏସ୍‌ପି, ୧୮ ଇନ୍ସପେକ୍ଟର ଏବଂ ଅନ୍ୟ ଅଧିକାରୀ । ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ବିଭିନ୍ନ ଜାଗାରେ ଦୁଇ ଚକିଆ ଓ ଚାରି ଚକିଆ ଯାନବାହନ ପାର୍କିଂ ବ୍ୟବସ୍ଥା କରାଯାଇଛି । ଦୁଇ ଚକିଆ ଯାନ ନାରାୟଣପୁର ଛକରୁ ବାମ ପାର୍ଶ୍ଵରେ ଯାଇ ହରିପୁର ଛକରେ ପାର୍କିଂ କରିବେ । ଚାରି ଚକିଆ ଯାନ ଗୋପାଳପୁର ବସ୍ ଷ୍ଟାଣ୍ଡରେରେ ପାର୍କିଂ କରିବେ । ସୁରକ୍ଷା ଓ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ବ୍ରହ୍ମପୁର ପୁଲିସ ସ୍ବତନ୍ତ୍ର ବ୍ୟବସ୍ଥା କରିଥିବା  S.P ଡା.ସର୍ବଣା ବିବେକ ଏମ୍ କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com