ବିଜ୍ଞାନ ଓ ପ୍ରଯୁକ୍ତି

କୋଣାର୍କ ନିଷିଦ୍ଧାଞ୍ଚଳକୁ ପଶି ଆସିଥିବା ୨ ଟ୍ରଲର ଜବତ

ପୁରୀ, ୨୬/୧୧/୨୦୨୨-   କୋଣାର୍କର ନିଷିଦ୍ଧାଞ୍ଚଳକୁ ପଶି ଆସିଥିବା ୨ଟି ଟ୍ରଲରକୁ ଜବତ କରାଯାଇଛି । ମତ୍ସ୍ୟ ବିଭାଗ, ମେରାଇନ ପୁଲିସ ଓ ବନ ବିଭାଗ ମିଳିତ ଚଢାଉ କରି ଏହି ଦୁଇଟି ଟ୍ରଲର ଜବତ କରିଛନ୍ତି । ଜବତ ହୋଇଥିବା ଟ୍ରଲର IINDOR MM ୨୨୫ ଏବଂ ୧୬୮୨୦୧୭ । ଏଥିରୁ ପ୍ରାୟ ୫ କ୍ୱିଣ୍ଟାଲ ମାଛ ଜବତ ହୋଇଥିବା ଜଣାପଡିଛି । ବିରଳ ଅଲିଭ ରିଡଲେ କଇଁଛଙ୍କ ପାଇଁ ଭୂସ୍ୱର୍ଗ ପାଲଟିଥିବା ପୁରୀ ଜିଲ୍ଲା ଅସ୍ତରଙ୍ଗ, ଚନ୍ଦ୍ରଭଗା ସମୁଦ୍ର ଉପକୂଳରେ ଅଣ୍ଡା ଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିପାଇଁ ନଭେମ୍ବର ପ୍ରଥମ ସପ୍ତାହରୁ ମେ ମାସ ଦୀର୍ଘ ୭ ମାସ ପର୍ଯ୍ୟନ୍ତ ଗଭୀର ସମୁଦ୍ରରେ ଟ୍ରଲର ଓ ମେସିନି ଡଙ୍ଗା ଚଳାଚଳକୁ ନିଷିଦ୍ଧ ଘୋଷଣା କରାଯାଇଥିଲା । ଏହା ସତ୍ତ୍ୱେ ଟ୍ରଲର ଦ୍ୱାରା ମାଛ ମାରୁଥିବାରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଅଧିକ ତଥ୍ୟ ପାଇଁ ୧୫ଜଣ କର୍ମଚାରୀଙ୍କୁ ପଚରା ଉଚରା କରାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com