ବିଜ୍ଞାନ ଓ ପ୍ରଯୁକ୍ତି

୪ ବର୍ଷ ପଢ଼ିବା ପରେ ମିଳିବ ସ୍ନାତକରେ ଅନର୍ସ ଡିଗ୍ରୀ

ଭୁବନେଶ୍ୱର, ୧୦/୧୨/୨୦୨୨ –   ଜାତୀୟ ଶିକ୍ଷା ନୀତି ଅନୁଯାୟୀ ଶିକ୍ଷାର ଉନ୍ନତି ପାଇଁ ବିଭିନ୍ନ ପାଠ୍ୟକ୍ରମରେ ପରିବର୍ତ୍ତନ କରାଯାଉଛି । ଏହି କ୍ରମରେ ସ୍ନାତକ ପାଠ୍ୟକ୍ରମ ପାଇଁ ନୂଆ ନିୟମ ଅଣାଯାଇଛି । ନୂଆ ନିୟମ ଅନୁସାରେ ଯେକୌଣସି ବିଷୟରେ ଅନର୍ସ ରଖି ସ୍ନାତକ ହାସଲ କରିବାକୁ ହେଲେ ଛାତ୍ରଛାତ୍ରୀମାନଙ୍କୁ FYUP  ବା ‘ଫୋର୍‌-ଇୟର୍‌ ଅଣ୍ଡର୍‌ଗ୍ରାଜୁଏଟ୍‌ ପ୍ରୋଗ୍ରାମସ୍‌’  କରିବାକୁ ପଡ଼ିବ । ଏ ନେଇ  ‘ୟୁନିଭର୍ସିଟି ଗ୍ରାଣ୍ଟ୍‌ସ୍‌ କମିସନ୍‌’ ପକ୍ଷରୁ ସୋମବାର ବିଧିବଦ୍ଧ ଭାବରେ ବିଜ୍ଞପ୍ତି ପ୍ରକାଶ ପାଇପାରେ । ଏଥିରେ ୪ ବର୍ଷର ସ୍ନାତକ ପାଇଁ ସମସ୍ତ ନିୟମ ଏବଂ ନିର୍ଦ୍ଦେଶାବଳୀ ଦିଆଯିବ ।

ଏହି ନୂଆ ନିୟମର ‘ଡ୍ରାଫ୍ଟ୍‌’ ‘ଜାତୀୟ ଶିକ୍ଷାନୀତି’ ଉପରେ ପର୍ଯ୍ୟବେଶିତ । ଏଥିରେ ଉଲ୍ଲେଖ ଅଛି, ୧୨୦ କ୍ରେଡିଟ୍‌ ସମ୍ପୂର୍ଣ୍ଣ କରିଥିବା ଛାତ୍ରଛାତ୍ରୀମାନେ ୩ ବର୍ଷ ପଢ଼ି ‘ୟୁଜି ସ୍ନାତକ ଡିଗ୍ରି’ ପାଇବେ ।  କିନ୍ତୁ, ୧୬୦ କ୍ରେଡିଟ୍‌ ସମ୍ପୂର୍ଣ୍ଣ କରିଥିବା ଛାତ୍ରଛାତ୍ରୀମାନେ ୪ ବର୍ଷରେ ‘U.G ଅନର୍ସ ଡିଗ୍ରି’ ପାଇ ପାରିବେ । ଯଦି ଛାତ୍ରଛାତ୍ରୀମାନେ ରିସର୍ଚ ସ୍ପେସାଲାଇଜେସନ୍‌ କରିବାକୁ ଆଗ୍ରହ ପ୍ରକାଶ କରନ୍ତି, ସେମାନେ ଏହି ୪ ବର୍ଷିଆ ପାଠ୍ୟକ୍ରମରେ ଗବେଷଣା ପ୍ରକଳ୍ପ ନେଇ ପାରିବେ । ଏହାଦ୍ୱାରା ସେମାନେ ‘ରିସର୍ଚ ସ୍ପେସାଲାଇଜେସନ୍‌’ ସହିତ ‘ଅନର୍ସ ଡିଗ୍ରି’ ପାଇ ପାରିବେ । ନହେଲେ ଚାରିବର୍ଷ ପଢିବା ପରେ କେବଳ ସ୍ନାତକରେ ଅନର୍ସ ଡିଗ୍ରୀ ପାଇବେ । ଯେଉଁ ଛାତ୍ରଛାତ୍ରୀମାନେ ପ୍ରାରମ୍ଭିକ ୬ଟି ସେମିଷ୍ଟରରେ ୭୫ ପ୍ରତିଶତରୁ ଅଧିକ ନମ୍ବର ରଖିବେ ଏବଂ ଗ୍ରାଜୁଏସନ ସ୍ତରରେ ରିସର୍ଚ୍ଚ କରିବାକୁ ଚାହିଁଲେ ସେମାନଙ୍କୁ ଚତୁର୍ଥ ବର୍ଷରେ ରିସର୍ଚ୍ଚ ବିଷୟ ବାଛିବା ପାଇଁ ସୁଯୋଗ ଦିଆଯିବ ।

ସ୍ନାତକରେ ଏକ ବର୍ଷ ସମ୍ପୂର୍ଣ୍ଣ ହେବାପରେ ବର୍ଷିକିଆ ସାର୍ଟିଫିକେଟ ମିଳିବ । ଦୁଇ ବର୍ଷ ପରେ ଡିପ୍ଲୋମା ଓ ତିନି ବର୍ଷ ପରେ ସ୍ନାତକ ସାର୍ଟିଫିକେଟ ଦିଆଯିବ । ତିନି ବର୍ଷିଆ ସ୍ନାତକ ଡିଗ୍ରି ଛାତ୍ରଛାତ୍ରୀଙ୍କ ପାଇଁ ୨ ବର୍ଷିଆ P.G ପାଠ୍ୟକ୍ରମ ରହିବ । ଯତେବେଳେ କି ୪ ବର୍ଷରେ ଅନର୍ସ ଡିଗ୍ରି ସାରିଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ବର୍ଷ P.G ପାଠ୍ୟକ୍ରମ ରହିବ ବୋଲି ପ୍ରସ୍ତାବ ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com