ବିଜ୍ଞାନ ଓ ପ୍ରଯୁକ୍ତି

ଆରମ୍ଭ ହେଲା ମାଟ୍ରିକ ଖାତା ଦେଖା

ଭୁବନେଶ୍ୱର ୦୩/୦୪/ ୨୦୨୩ –    ସୋମବାର ଠାରୁ ଆରମ୍ଭ ହୋଇଛି ମାଟ୍ରିକ ଖାତା ଦେଖା । ୧୨ ଦିନ ଧରି ମୂଲ୍ୟାୟନ ଚାଲିବ । ଏଥିପାଇଁ ରାଜ୍ୟର ୫୬ଟି ମୂଲ୍ୟାୟନ କେନ୍ଦ୍ରରେ ୧୩ ହଜାରରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀ ନିୟୋଜିତ ହୋଇଛନ୍ତି । ସମେଟିଭ୍-୨, ମଧ୍ୟମା ଓ ଓପନ ସ୍କୁଲ ପରୀକ୍ଷା ଖାତା ମଧ୍ୟ ମୂଲ୍ୟାୟନ କରାଯିବ । ଖାତା ଦେଖା ସମୟରେ କୌଣସି ପ୍ରକାର ଅବହେଳାକୁ ବରଦାସ୍ତ କରାଯିବନି ବୋଲି ବୋର୍ଡ଼ ପକ୍ଷରୁ ଚେତାବନୀ ଦିଆଯାଇଛି ।

ମୂଲ୍ୟାୟନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହୋଇଛି । ଏଥର ରାଜ୍ୟର ୩ ହଜାର ୨୧୮ ପରୀକ୍ଷା କେନ୍ଦ୍ରରେ ମୋଟ ୫ ଲକ୍ଷ ୨୫ ହଜାରରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ତେବେ ମୂଲ୍ୟାୟନର ୪୫ ଦିନ ମଧ୍ୟରେ କିମ୍ବା ପରେ ପରେ ପରୀକ୍ଷା ଫଳ ପ୍ରକାଶ ପାଇବ ।

Related Articles

Back to top button
WP Twitter Auto Publish Powered By : XYZScripts.com