ବିଜ୍ଞାନ ଓ ପ୍ରଯୁକ୍ତି

୧୪ରୁ ପୁଣି ସବୁ ଟ୍ରେନରେ ଚାଲିବ କ୍ୟାଟରିଂ ସେବା

ନୂଆଦିଲ୍ଲୀ () ଆସନ୍ତା ୧୪ରୁ ଟ୍ରେନରେ ଚାଲିବ କ୍ୟାଟରିଂ ସେବା । କୋଭିଡ ଯୋଗୁ ଏହି ସେବା ବନ୍ଦ ରହିଥିଲା । ତେବେ ଗତବର୍ଷ ଡିସେମ୍ବରରେ କେବଳ ରାଜଧାନୀ, ଶତାବ୍ଦୀ ଓ ଦୂରନ୍ତ ଟ୍ରେନରେ ଆରମ୍ଭ ହୋଇଥିଲା ଏହି ସେବା । ଆସନ୍ତା ୧୪ରୁ କ୍ୟାଟରିଂ ସେବା ଚାଲିବ ବୋଲି ସୂଚନା ଦେଇଛି ଭାରତୀୟ ରେଳବାଇ କ୍ୟାଟରିଂ ଓ ପର୍ଯ୍ୟଟନ ନିଗମ ବା IRCTC । ତେବେ କୋଭିଡ-୧୯ର ସମସ୍ତ ନିରାପତ୍ତା ଗାଇଡଲାଇନ ଅନୁସାରେ ଏହି ସେବା ଚାଲିବ । IRCTCର ସମସ୍ତ କର୍ମଚାରୀଙ୍କ ଲାଗି ମଧ୍ୟ ଗାଇଡଲାଇନ ଜାରି କରାଯାଇଛି । କୋଭିଡ-୧୯ ଆରମ୍ଭ ପରଠାରୁ ଅର୍ଥାତ ମାର୍ଚ୍ଚ ୨୦୨୦ରୁ ଟ୍ରେନରେ କ୍ୟାଟରିଂ ସେବା ସମ୍ପୂର୍ଣ୍ଣ ବନ୍ଦ ରହିଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com