ବିଜ୍ଞାନ ଓ ପ୍ରଯୁକ୍ତି

ମାସକୁ ଅତିକମ୍‌ରେ ୨୪ ଦିନ ବ୍ୟାୟାମ କରିବେ ପୋଲିସ

 ଭୁବନେଶ୍ୱର,୧୫/୦୨/୨୦୨୩ –    ନିର୍ଦ୍ଦେଶ ଅନୁସାରେ ଆଇନ ଶୃଙ୍ଖଳା ବିଭାଗ ପାଇଁ ଶାରୀରିକ ସ୍ୱାସ୍ଥ୍ୟ ଏବଂ ଫିଟନେସ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେଣୁ ଏଣିକି ସବୁ ପୁଲିସ କର୍ମଚାରୀ ଫିଟ୍‌ ରହିବେ । ମାସକୁ ଅତିକମ୍‌ରେ ୨୪ ଦିନ ବ୍ୟାୟାମ୍‌ କରିବେ । ମାନସିକ ଓ ଶାରିରୀକ ସୁସ୍ଥତା ପାଇଁ ଡ୍ରିଲ୍‌ କରିବେ । ଏଭଳି ନିର୍ଦ୍ଦେଶନାମା ଜାରି କରିଛି  କମିଶନରେଟ ପୁଲିସ ।

ନିର୍ଦ୍ଦେଶ ଅନୁସାରେ CP ମୁଖ୍ୟାଳୟ, DPO, APR, OSAP, ଟିମ୍ ୬୦, ମୋବାଇଲାଇଜଡ୍ ଫୋର୍ସ ସହିତ ସଂଯୁକ୍ତ ଥିବା UPD ଭୁବନେଶ୍ବରର ସମସ୍ତ ପୁଲିସ୍ କର୍ମଚାରୀମାନେ ଏହି ନିୟମ ମାନିବା ପାଇଁ କୁହାଯାଇଛି । ଏହାବ୍ୟତୀତ ସବୁ ପୋଲିସ ଅଫିସରଙ୍କ ଓଜନ ରେକର୍ଡ କରାଯିବ । ତମାଖୁ ଦ୍ରବ୍ୟ ଓ ମାଦକ ଦ୍ରବ୍ୟରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି । ୟୁନିଫର୍ମରେ ସ୍ମାର୍ଟ ଲୁକ୍ ଉପରେ ଗୁରୁତ୍ୱ ଦିଅନ୍ତୁ ଏବଂ ସକ୍ରିୟ ଭାବରେ କାର୍ଯ୍ୟ କରନ୍ତୁ ବୋଲି ନିର୍ଦ୍ଦେଶାନାମା ଜାରି କରାଯାଇଛି । ବୋଲି ଡିଜି କହିଛନ୍ତି ।

ଏ ନେଇ ଭୁବନେଶ୍ବରର ଡିସିପି  ପ୍ରତୀକ ସିଂ କହିଛନ୍ତି ଯେ, ପୁଲିସ ଏକ ୟୁନିଫର୍ମ ସର୍ଭିସ । ପୁଲିସ ଫିଟ ରହିବା ଜରୁରୀ । ଶାରୀରିକ ଓ ମାନସିକ ସୁସ୍ଥ ରହିଲେ ସେମାନଙ୍କ କାର୍ଯ୍ୟ ଦକ୍ଷତା ବଢିବ । ନଚେତ ଉଚ୍ଚ ରକ୍ତଚାପ, ମଧୁମେହ ଭଳି ରୋଗର ଶିକାର ହୋଇପାରନ୍ତି । କିଛି ଦିନ ତଳେ କ୍ଲିନ ପୋଲିସ ଷ୍ଟେସନ ଓ ଫିଟ ପୋଲିସ ଷ୍ଟେସନ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା । ସମୟ ସମୟରେ ପୁଲିସ ତରଫରୁ ଏ ଭଳି ପଦକ୍ଷେପ ନିଆଯାଉଛି । ପୁଲିସ ଉପରେ ଅତ୍ୟଧିକ କାମ ଚାପ ରହୁଛି । ଫିଟନେସ ପାଇଁ ସମୟ ଦେଇ ପାରୁନାହାନ୍ତି । ଚାପରୁ ଦୂରେଇ ରହିବା ଓ ଅଧିକ କାର୍ଯ୍ୟ ଦକ୍ଷତା ପାଇଁ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।

ଏହି ନିର୍ଦ୍ଦେଶକୁ ସମସ୍ତ ପାଳନ କରିବେ । ଅନଫିଟ ପୁଲିସଙ୍କୁ ଫିଟ ରଖିବା ପାଇଁ ସୁଯୋଗ ଦିଆଯିବ। ପେଟୁଆ ପୁଲିସଙ୍କୁ ଜଲଦି ଫିଟ ରହିବାକୁ ତାଗିଦ ହେବ। ଡ୍ୟୁଟି ନ ଥାଇ ଯେଉଁମାନେ ଫିଟ ନ ରହୁନାହାନ୍ତି ସେମାନଙ୍କୁ କୈଫିୟତ ମଗାଯିବ । ଶାରୀରିକ ଓ ମାନସିକ ଭାବେ କିଭଳି ଫିଟ ରହିବେ ସେ ନେଇ ସଚେତନ କରାଯାଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com