ବିଜ୍ଞାନ ଓ ପ୍ରଯୁକ୍ତି

ଦୁଇ ଦିନିଆ  ଜିଲ୍ଲାପାଳ ସମ୍ମିଳନୀକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

 ଭୁବନେଶ୍ୱର,୧୪/୦୨/୨୦୨୩ –    ୩ ବର୍ଷ ପରେ ଅନୁଷ୍ଠିତ ହେଉଛି ଜିଲ୍ଲାପାଳ ସମ୍ମିଳନୀ । ଦୁଇ ଦିନିଆ ଏହି ସମ୍ମିଳନୀକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ସମ୍ମିଳନୀରେ 5-T ଓ ମୋ ସରକାର ଆଧାରରେ କିପରି ପ୍ରଶାସନକୁ ଅଧିକ ଲୋକାଭିମୁଖୀ କରାଯିବ ସେନେଇ ଭବିଷ୍ୟତ ରୋଡମ୍ୟାପ ପ୍ରସ୍ତୁତ ହେଉଛି ବୋଲି ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି ।

ସମ୍ମିଳନୀରେ ୧୭ଟି ବିଷୟ ଉପରେ ଆଲୋଚନା ହେଉଛି । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ଏବଂ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ସମ୍ମିଳନୀରେ ଯୋଗ ଦେଇଛନ୍ତି । ଡିସେମ୍ବର ୨୦୨୩ ସୁଦ୍ଧା ବାକି ସହରାଞ୍ଚଳରେ ଡ୍ରିଙ୍କ ଫ୍ରମ ଟ୍ୟାପ ଯୋଜନା କାର୍ଯ୍ୟକାରୀ ହେବ । ଜାଗା ମିଶନରେ ୫ଟି ମହାନଗର ନିଗମରେ ଡିସେମ୍ବର ସୁଦ୍ଧା ଭୂମିହୀନଙ୍କୁ ୧ଲକ୍ଷ ଜମି ପଟ୍ଟା ଦେବାକୁ ନଗର ଉନ୍ନୟନ ବିଭାଗ ପକ୍ଷରୁ ସ୍ଥିର କରାଯାଇଛି । ମାଗଣା ଜାଗା ପ୍ରଦାନ ନେଇ ସର୍ଭେ ଚାଲିଛି, ଜୁନ୍ ଜୁଲାଇ ସୁଦ୍ଧା ଏହା ସରିବ ।

ସେହିପରି ଯକ୍ଷ୍ମା ନିରାକରଣ, ଶିଶୁ ମୃତ୍ୟୁହାର ହ୍ରାସ କ୍ଷେତ୍ରରେ ମଧ୍ୟ ରାଜ୍ୟ ଉଲ୍ଲେଖନୀୟ ସଫଳତା ହାସଲ କରିଛି । କୋଭିଡ୍ ବେଳେ ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ICU ସୁବିଧା ସହ ସ୍ବତନ୍ତ୍ର କୋଭିଡ୍ ହସପିଟାଲ ପ୍ରସ୍ତୁତ କରିଥିଲା । ସମସ୍ତଙ୍କୁ ମାଗଣା ଚିକିତ୍ସା ବ୍ୟବସ୍ଥା କରିବାରେ ବି ରାଜ୍ୟ ପ୍ରଥମରେ ରହିଛି । ବୁଧବାର କୋଣାର୍କ ଇକୋରିଟ୍ରିଟରେ  ଏହି ସମ୍ମିଳନୀର ଉଦଯାପନ ହେବ ।

Related Articles

Back to top button
WP Twitter Auto Publish Powered By : XYZScripts.com