ବିଜ୍ଞାନ ଓ ପ୍ରଯୁକ୍ତି

IOCL Recruitment: ଏହି ପଦରେ ଚାକିରି ପାଇଁ ବିଜ୍ଞପ୍ତି ଜାରି, ୧ ଲକ୍ଷ ହେବ ଦରମା

ଭୁବନେଶ୍ୱର : ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡରେ ଚାକିରି କରିବାକୁ ଚାହୁଥିବା ଆଶାୟୀଙ୍କ ପାଇଁ ଏଭ ଭଲ ସୁଯୋଗ । କାରଣ ଆଇଓସିଏଲ ରେ ଜୁନିୟର ଇଞ୍ଜିନିୟରିଂ ଆସିଷ୍ଟାଣ୍ଟ-ଆଇଭି ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି । ଇଚ୍ଛୁକ ଏବଂ ଯୋଗ୍ୟ ଆଶାୟୀ ଅଫିସିଆଲ iocl.com କୁ ଯାଇ ଆବେଦନ କରିପାରିବେ । ଏହି ପଦରେ ଆଜିଠାରୁ ଅର୍ଥାତ୍ ୮ ମାର୍ଚ୍ଚ ଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ବିଜ୍ଞପ୍ତି ଅନୁଯାୟୀ ୪ ପଦବୀ ପାଇଁ ଆବେଦନ ଗ୍ରହଣ କରାଯାଉଛି । ଆବେଦନ କରିବାର ଶେଷ ତାରିଖ ହେଉଛି ୨୯ ମାର୍ଚ୍ଚ ୨୦୨୨ ।
ଏହି ପଦବୀପାଇଁ ହେବ ନିଯୁକ୍ତି- କେମିକାଲ ଡିସିପ୍ଲିନ ଜୁନିୟର ଇଞ୍ଜିନିୟରିଂ ଆସିଷ୍ଟାଣ୍ଟ- iv – ୪ ପଦ
ଯୋଗ୍ୟତା: ଆଶାୟୀଙ୍କ ପାଖରେ କୌଣସି ମାନ୍ୟତା ପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସର୍ବନିମ୍ନ ୫୦% ନମ୍ବର ସହ କେମିକାଲ/ରିଫାଇନାରୀ ଏବଂ ପେଟ୍ରୋକେମିକାଲ ଇଞ୍ଜିନିୟରିଂରେ ୩ ବର୍ଷର ଡିପ୍ଲୋମା କିମ୍ବା ବିଏସସି ଡିଗ୍ରୀ ରହିଥିବା ଆବଶ୍ୟକ । ଏହା ସହ ପେଟ୍ରୋଲିୟମ ରିଫାଇନାରୀ/ପେଟ୍ରୋକେମିକାଲ/ଭାରି ରସାୟନ ଇତ୍ୟାଦି ଭଳି ସଞ୍ଚାଳନରେ ଯୋଗ୍ୟତା ସହ ୧ ବର୍ଷର ଏକ୍ସପିରିଏନ୍ସ ଥିବା ଦରକାର ।
ଆୟୁ ସୀମା: ଆଇଓସିଏଲର ଏହି ପଦବୀରେ ଆବେଦନ କରିବା ପାଇଁ ଆବେଦନ ପାଇଁ ବୟସସୀମା ୧୮ରୁ ୨୬ ବର୍ଷ ମଧ୍ୟରେ ରହିବା ଆବଶ୍ୟକ ।
ଏଭଳି ରହିବା ଦରମା: ଏହି ପଦବୀରେ ଆବେଦନ କରିବା ପାଇଁ ଦରମା ୨୫,୦୦୦ ରୁ ୧,୦୫,୦୦୦ରହିଛି ।
ଲିଖିତ ପରୀକ୍ଷା ଏବଂ ସ୍କିଲ ଏବଂ ଫିଜିକାଲ ଟେଷ୍ଟ ଆଧାରରେ ଚୟନ କରାଯିବ ।
ଏହାଛଡ଼ା ଆଶାୟୀ ସିଧାସଳଖ ଏହି ଲିଙ୍କରେ ଯାଇ ଆବେଦନ କରିପାରିବେ । https://www.iocrefrecruit.in/iocrefrecruit/index
ଏହି  ଲିଙ୍କ ଜରିଆରେ ଅଫିସିଆଲ ନୋଟିଫିକେସନ ପଢ଼ିପାରିବେ । https://iocl.com/admin/img/UploadedFiles/LatestJobOpening/Files/27ddd36b073f4abd8a60bb2d728c7984.pdf

Related Articles

Back to top button
WP Twitter Auto Publish Powered By : XYZScripts.com