ବିଜ୍ଞାନ ଓ ପ୍ରଯୁକ୍ତି

କ୍ୟାପିଟାଲ ହସ୍ପିଟାଲରେ ଅନଲାଇନ ଟିକେଟ ସେବା ଆରମ୍ଭ

  ଭୁବନେଶ୍ୱର, ୧୦/୦୧/୨୦୨୩ –   ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲରେ ପ୍ରଥମ କରି ଅନଲାଇନ ଟିକେଟ ସେବା ଆରମ୍ଭ କରାଯାଇଛି । ସୋମବାର ଠାରୁ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି । ଏହି ସୁବିଧା କେବଳ ରବିବାରକୁ ଛାଡ଼ିଦେଲେ ସପ୍ତାହର ଅନ୍ୟ ଦିନ ମାନଙ୍କରେ ଉପଲବ୍ଧ ରହିବ। କଟକ ବଡ଼ ମେଡିକାଲ ପରେ ଏବେ କେବଳ କ୍ୟାପିଟାଲ ହସ୍ପିଟାଲ ରେ ଏହି ବ୍ୟବସ୍ଥା ଆରମ୍ଭ ହୋଇଛି ।

   ପ୍ରତିଦିନ ୩ ଟା ରୁ ୫ ଟା ପର୍ଯ୍ୟନ୍ତ ରୋଗୀ ମାନେ ଡାକ୍ତରଙ୍କ ପରାମର୍ଶ ନେଇପାରିବେ । ଏନେଇ ପ୍ରତିଦିନ ରାତି ୧୨ ଟାରୁ ବୁକ୍ ଆରମ୍ଭ ହୋଇ ତା ପରଦିନ ସନ୍ଧ୍ୟା ୫ ଟା ମଧ୍ୟରେ ବିଭିନ୍ନ ବିଭାଗରେ ଟିକେଟ ବୁକ୍ କରିହେବ । ଏହି ସୁବିଧା ପାଇଁ  www.eswastya.odisha.gov.in ରେ log in କରି ସେଠାରେ ନିଜର ତଥ୍ୟ ଆଉ ବିଭାଗକୁ ଚୟନ କରିବେ । ତାପରେ ତାରିଖ ଦେଇ ଟିକେଟ ବୁକ୍ କରିପାରିବେ । ସେଠାରେ ଆସିଥିବା ଫାଇଲକୁ ପ୍ରିଣ୍ଟ ବାହାର କରି ଡାକ୍ତରଙ୍କ ପରାମର୍ଶ ନେଇପାରିବେ । ଏଥପାଇଁ ହସ୍ପିଟାଲରେ ଏକ କିଓସ୍କ ମେସିନ ସ୍ଥାପନ କରାଯାଇଛି । ଲୋକମାନେ କ୍ୟୁଆର କୋଡକୁ ସ୍କାନ କରିପାରିବେ । ଏଠାରେ ସେହି କୋଡକୁ ସ୍କାନ କରି ପ୍ରିଣ୍ଟ ବାହାର କରିହେବ ।

 

Related Articles

Back to top button
WP Twitter Auto Publish Powered By : XYZScripts.com