ଜାତୀୟ

ରେମୋ ଡି’ସୁଜାଙ୍କ ଶଳା ଜେସନ ୱାଟକିନ୍ସଙ୍କ ଆତ୍ମହତ୍ୟା, ଦୀର୍ଘ ଦିନ ହେବ ଡିପ୍ରେସନରେ ଥିଲେ

ନୂଆଦିଲ୍ଳୀ () ବଲିଉଡର ପ୍ରସିଦ୍ଧ କୋରିଓଗ୍ରାଫର ତଥା ନିର୍ଦ୍ଦେଶକ ରେମୋ ଡି’ସୁଜାଙ୍କ ପରିବାର ଉପରେ ଦଃଖର ପାହାଡ ଖସି ପଡିଛି । ରେମୋଙ୍କ ଶଳା ଜେସନ ୱାଟକିନ୍ସ ତାଙ୍କ ମୁମ୍ବାଇ ଫ୍ଲାଟରେ ଆତ୍ମହତ୍ୟା କରିଛନ୍ତି । ଉଭୟେ ବିଶ୍ବାସ କରିପାରୁ ନାହାନ୍ତି ଜେସନ ଏହିପରି କିଛି କରିଛନ୍ତି।

ତେବେ ମିଡିଆ ରିପୋର୍ଟ ଅନୁଯାୟୀ, ଅନୁସନ୍ଧାନକାରୀ ଦଳର ଜଣେ ପୋଲିସ୍ ଅଧିକାରୀଙ୍କୁ ସ୍ପଷ୍ଟ କରି କହିଛନ୍ତି ଯେ ଏହା ଆତ୍ମହତ୍ୟାର ଏକ ସ୍ପଷ୍ଟ ମାମଲା ଏବଂ ବ୍ୟକ୍ତିଗତ କାରଣରୁ ସେ ଗତ ଦୀର୍ଘ ଦିନ ହେବ ଡିପ୍ରେସନରେ ଥିଲେ ଯେଉଁଥିପାଇଁ ସେ ତାଙ୍କ ଜୀବନ ହାରିଛନ୍ତି । ମୁମ୍ବାଇ ପୋଲିସ ସୂଚନା ପାଇବା ପରେ ତାଙ୍କ ମୃତଦେହ ଉଦ୍ଧାର କରିଥିଲା। ଏହା ପରେ ତାଙ୍କୁ ପୋଷ୍ଟମର୍ଟମ ପାଇଁ ଡାକ୍ତରଖାନା ପଠାଯାଇଥିଲା। ଏହି ଘଟଣାକୁ ନେଇ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି।

ଜେସନ୍ ୱାଟକିନ୍ସ ରେମୋ ଡି’ସୁଜାଙ୍କ ଅତି ନିକଟତର ଥିଲେ । ଉଭୟ ଅନେକ ଫିଲ୍ମ ପ୍ରୋଜେକ୍ଟରେ ଏକାଠି କାମ କରିଛନ୍ତି । ଜେସନ୍ ରେମୋଙ୍କର ଅନେକ ଫିଲ୍ମରେ ଆସିଷ୍ଟାଣ୍ଟ ଡାଇରେକ୍ଟର ଭାବରେ କାମ କରୁଥିଲେ। ସେ ତାଙ୍କ ପରିବାର ସହିତ ରହୁଥିଲେ କିନ୍ତୁ ସବୁକିଛି ଠିକ୍ ଥିବା ବେଳେ ସେ ହଠାତ୍‌ ଏଭଳି ଚରମ ନିଷ୍ପତ୍ତି ନେଇଥିଲେ। ଏହି ଘଟଣା ଘଟିବାବେଳେ ତାଙ୍କ ଭଉଣୀ ଲିଜେଲ ଏବଂ ରେମୋ ଡି’ସୁଜା ଗୋଆରେ ଥିଲେ । ରେମୋ ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କ ପ୍ରଶଂସକଙ୍କୁ ଏହି ସୂଚନା ଦେଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com