ବିଜ୍ଞାନ ଓ ପ୍ରଯୁକ୍ତି

ଆଜି ମାଆ ବିରଜାଙ୍କ ଜନ୍ମୋତ୍ସବ

ଯାଜପୁର, ୨୧/୦୧/୨୦୨୩ –   ପବିତ୍ର ତ୍ରିବେଣୀ ଅମାବାସ୍ୟା ଉପଲକ୍ଷେ ଶନିବାର ପାଳିତ ହେଉଛି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ଜନ୍ମୋତ୍ସବ । ଏଥିପାଇଁ ଆଜି ବ୍ରାହ୍ମ ମୁହୂର୍ତ୍ତରେ ମାଆଙ୍କ ନିତ୍ୟସ୍ନାନ ଓ ବେଶ କାର୍ଯ୍ୟ ସମ୍ପନ୍ନ ହୋଇଛି । ମହାସ୍ନାନ ପରେ ମାଆ ସାବିତ୍ରୀ ବେଶରେ ଦର୍ଶନ ଦେବେ । ପରେ ସିଂହାସନ ଉପରେ ଷୋଡ଼ଷ ଉପଚାର ପୂଜାବିଧି କରାଯିବ ।

ଏ ଅବସରରେ ଭକ୍ତମାନେ କିପରି ସୁରୁଖୁରୁରେ ମାଆଙ୍କ ଦର୍ଶନ କରିପାରିବେ ସେନେଇ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ମନ୍ଦିରକୁ ଫୁଲ ଓ ଆଲୋକମାଳାରେ ସଜ୍ଜିତ କରାଯାଇଛି । ଗତ ଦୁଇବର୍ଷ ହେଲା କରୋନା କଟକଣା ପାଇଁ ମାଆଙ୍କ ଜନ୍ମୋତ୍ସବରେ ଦର୍ଶନରୁ ବଞ୍ଚିତ ହେଉଥିଲେ ଭକ୍ତ । ହେଲେ ଚଳିତବର୍ଷ ହଜାର ହଜାର ଶ୍ରଦ୍ଧାଳୁ ମାଆଙ୍କୁ ଦର୍ଶନ କରି ସନ୍ତୋଷବ୍ୟକ୍ତି କରିଛନ୍ତି । ସେହିପରି ପୁରୀ କରମଳା ଠାରେ ମଧ୍ୟ ଆଜି ଠାକୁର ଅଭିରାମ ପରମହଂସ ଦେବଙ୍କ ଜନ୍ମୋତ୍ସବ ପାଳିତ ହେଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com