Breaking NewsFeaturedବିଜ୍ଞାନ ଓ ପ୍ରଯୁକ୍ତି

ଚୂନା ହେଲା ରୁଷର ମୁନ ମିଶନ ସ୍ୱପ୍ନ

ଫେଲ ମାରିଲା ରୁଷର ମୁନ ମିଶନ । ଭାରତର ଚନ୍ଦ୍ରଯାନ-୩ କୁ ଟକ୍କର ଦେବା ପାଇଁ ଜହ୍ନ ରାଇଜକୁ ଛଡା ଯାଇଥିବା ରୁଷର ଲୁନା-୨୫ ଲ୍ୟାଡିଂ କରିବା ପୂର୍ବରୁ ସେଥିରେ ଯାନ୍ତ୍ରୀକ ତ୍ରୁଟି ଦେଖା ଦେଇଥିଲା । ଏହାପରେ ରୁଷର ଲୁନା-୨୫ ଚନ୍ଦ୍ରପୃଷ୍ଟରେ ଖସିପଡିଛି । ରୁଷର ମହାକାଶ ସଂସ୍ଥା ରସକମସମସ ଏନେଇ ସୂଚନା ଦେଇଛି । ଦିର୍ଘ ୫୦ ବର୍ଷ ପରେ ଦ୍ୱିତୀୟ ଥର ପାଇଁ ଅଗଷ୍ଟ ୧୧ରେ ଚନ୍ଦ୍ର ଅଭିଯାନ ଆରମ୍ଭ କରିଥିଲା । ଲୁନା-୨୫ ଲଞ୍ଜ କରିଥିବା ବେଳେ ଏହା ଅଗଷ୍ଟ ୨୧ରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାର ଥିଲା । କିନ୍ତୁ ଏହା ପୂର୍ବରୁ ଆଜି ରବିବାର ଲୁନା-୨୫ କ୍ରାସ୍ ହୋଇଛି। ଗତ କାଲି ଏହି ମହାକାଶ ଯାନରେ କିଛି ତ୍ରୁଟି ଦେଖାଦେଇଥିବା ନେଇ ସୂଚନା ଦିଆଯାଇଥିଲା। ରୁଷ ସ୍ପେଶ ଏଜେନ୍ସୀ ରୋସ୍କୋମୋସ ରବିବାର ଏନେଇ ସୂଚନା ଦେଇଛି। ରୁଷିଆର ଲୁନା-୨୫ ମହାକାଶଯାନ ଚନ୍ଦ୍ରରେ ଦୁର୍ଘଟଣାଗ୍ରସ୍ତ ହୋଇଛି ବୋଲି ରୁଷର ସରକାରୀ ନିୟନ୍ତ୍ରିତ ସମ୍ବାଦ ସରବରାହ ସଂସ୍ଥା ଟାସ୍ ରୁଷୀୟ ମହାକାଶ ଏଜେନ୍ସି ରସକମସମସ ପକ୍ଷରୁ ସ୍ପଷ୍ଟ କରି କହିଛି। ସେହିପରି ଲୁନା-୨୫ର ଲ୍ୟାଣ୍ଡରରେ ଥିବା କ୍ୟାମେରା ମହାକାଶରୁ ପୃଥିବୀରୁ ଏବଂ ଚନ୍ଦ୍ରର ଫଟୋ ଉଠାଇ ସାରିଥିଲା। ଅନ୍ୟପକ୍ଷରେ ଭାରତର ଚନ୍ଦ୍ରଯାନ ନିର୍ଭୁଲ ଭାବେ ଚନ୍ଦ୍ର ଆଡ଼କୁ ଗତିକରିଚାଲିଛି ଓ ଏହା ୨୩ ଅଗଷ୍ଟ ସଂଧ୍ୟା ୬ଟା ୪ ମିନିଟ ସମୟରେ ସେଠାରେ ଅବତରଣ କରିବ ।

Related Articles

Back to top button
WP Twitter Auto Publish Powered By : XYZScripts.com