ବିଜ୍ଞାନ ଓ ପ୍ରଯୁକ୍ତି

ମାର୍ଚ୍ଚ ୫ରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର, ୨୫/୦୨/୨୦୨୩ –     ଆସନ୍ତା ମାର୍ଚ୍ଚ ୫ ତାରିଖରେ ଅନୁଷ୍ଠିତ ହେବ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଏବଂ ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା । ଚଳିତ ଥର ମୋଟ ୧ ଲକ୍ଷ ୭୩ ହଜାର ୧୬୩ ଜଣ ପରୀକ୍ଷାର୍ଥୀ ୯୨୯ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ।

ସେଥିମଧ୍ୟରୁ ୧ ଲକ୍ଷ ୩୬ ହଜାର ୪୯୧ ଜଣ ଷଷ୍ଠ ଶ୍ରେଣୀରେ, ୧୭ ହଜାର ୧୫୪ ଜଣ ସପ୍ତମ ଶ୍ରେଣୀରେ, ୧୨ ହଜାର ୪୫୬ ଅଷ୍ଟମ ଶ୍ରେଣୀରେ ଏବଂ ନବମ ଶ୍ରେଣୀରେ ୫ ହଜାର ୭୧୬ ଜଣ ଛାତ୍ରଛାତ୍ରୀ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ନିମନ୍ତେ ଫର୍ମପୂରଣ କରିଛନ୍ତି । ସେହିଭଳି ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ପାଇଁ ଷଷ୍ଠ ଶ୍ରେଣୀର ୧ ହଜାର ୩୪୬ ଜଣ ପରୀକ୍ଷାର୍ଥୀ ରହିଛନ୍ତି ।

ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଏହି ପରୀକ୍ଷା ପାଇଁ ବୋର୍ଡ ୱେବ୍‌‌ସାଇଟରୁ ପରୀକ୍ଷାର୍ଥୀମାନେ ଆଡମିଟ୍‌‌ କାର୍ଡ ଡାଉନଲୋଡ୍‌‌ କରିପାରିବେ ବୋଲି ଉପସଭାପତି ଡ. ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com